ବଦ୍ରିନାଥ ଧାମରେ ଭକ୍ତଙ୍କୁ ଏଣିକି ମିଳିବନି ବଣ ତୁଳସୀ

ନୂଆଦିଲ୍ଲୀ : ବଦ୍ରିନାଥ ଧାମକୁ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ପାଇଁ ଏକ ଦୁଃଖ ଖବର ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡରେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଔଷଧୀୟ ଗୁଣରେ ଭରପୁର ବଣ ତୁଳସୀ ଏବେ ବିଲୁପ୍ତ ହେବାକୁ ବସିଛି ।

ପ୍ରସାଦ ବିକୁଥିବା ଲୋକେ ଏବେ ଲାମବଗଡ, ହନୁମାନ ଚଟ୍ଟି, ପାଣ୍ଡୁକେଶ୍ବର, ବଡାଗାଁଅ ଏବଂ ଉଦଗମ ଘାଟିରୁ ବଣ ତୁଳସୀ ପତ୍ର ମଗାଇ ମାଳ ପ୍ରସ୍ତୁତ କରୁଛନ୍ତି । ୧୦୫୦୦ ଫୁଟ ଉଚ୍ଚରେ ସ୍ଥିତ ବଦ୍ରିନାଥ ଧାମରେ ମିଳୁଥିବା ବଣ ତୁଳସୀ ମାଳ ଭଗବାନଙ୍କୁ ଅର୍ପଣ କରାଯାଏ ।

ଚଳିତ ବର୍ଷ ବଦ୍ରିନାଥ ଧାମ ଏବଂ ଆଖପାଖ ଜଙ୍ଗଲରେ ତୁଳସୀର କମ୍ ମାତ୍ରାରେ ନଜର ଆସୁଛି । ଏଠାରେ ବଣ ତୁଳସୀ ଧିରେ ଧିରେ ବିଲୁପ୍ତ ହେବାକୁ ବସିଛି । ଚଳିତ ବର୍ଷ ଫେବୃୟାରୀ-ମାର୍ଚ୍ଚ ମାସରେ ବରଫ ପଡିଥିଲା । ତେବେ ହୁଏତ ପାଣିପାଗ ପରିବର୍ତ୍ତନ ଫଳରେ ବଣ ତୁଳସୀ ଲୋପ ପାଇବାକୁ ବସିଥିବା କୁହାଯାଉଛି । ଏତେ କମ୍ ତୁଳସୀ ଦେଖିବାକୁ ମିଳୁଥିବା କହି ଆଶ୍ଚର୍ଯ୍ୟ ହେଉଛନ୍ତି ସ୍ଥାନୀୟ ଲୋକେ । କହିରଖୁଛୁ ମେ ୧୦ରୁ ଚାରଧାମ ଯାତ୍ରା ଆରମ୍ଭ ହୋଇଛି । ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ।

Comments are closed.