www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରାତଃ କାଳର ପୂଜା ହୋଇଥାଏ ଫଳପ୍ରଦ

ସାଧାରଣତଃ ସବୁଦିନ ଆମେ ଘରେ ଈଶ୍ୱରଙ୍କ ପୂଜାର୍ଚ୍ଚନା କରିଥାଆନ୍ତି। ହେଲେ ବହୁ ଲୋକଙ୍କୁ ଏ ବିଷୟରେ ଅଜଣା ଯେ, ଏପରି କିଛି ବିଶେଷ ସମୟ ରହିଛି ଯେଉଁ ସମୟରେ ପୂଜା କରିବା ଫଳପ୍ରଦ ହୋଇଥାଏ। ତେବେ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ବଡ଼ି ଭୋରୁ ବା ପ୍ରାତଃ କାଳରେ ଉଠି ପୂଜା କଲେ ଆତ୍ମତୃପ୍ତି ମିଳିବା ସହ ପୂଜା ସଫଳ ମଧ୍ୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପ୍ରାତଃ କାଳ ପୂଜା-ଅର୍ଚ୍ଚନା ପାଇଁ କାହିଁକି ସବୁଠାରୁ ଭଲ ସମୟ –

୧- ସକାଳେ ପୂଜା କରିବାକୁ ହେଲେ ଆମକୁ ଭୋରୁ ଉଠିବାକୁ ପଡ଼ିବ ଓ ଭୋରୁ ଉଠିବା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ତେଣୁ ଏହି ଉପାୟରେ ଆମ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ।
୨-ପ୍ରାତଃ ସମୟ ଧ୍ୟାନ ପାଇଁ ସବୁଠାରୁ ଭଲ ସମୟ, କାରଣ ସକାଳେ କୋଳାହଳ ନଥାଏ ଓ ବାତାବରଣ ମଧ୍ୟ ଶୁଦ୍ଧ ଥାଏ।
୩-ସକାଳେ ଆମ ମନ ଶାନ୍ତ ଥାଏ। କୌଣସି ପ୍ରକାରର ଖରାପ ବିଚାର ମନରେ ନଥାଏ। ଭଗବାନଙ୍କୁ ଆରାଧନା କରିବା ପାଇଁ ସବୁଠାରୁ ଅଧିକ ଆବଶ୍ୟକ ହେଲା ଏକାଗ୍ରତା ଓ ଏହି କାଗ୍ରତା ସକାଳ ସମୟରେ ମିଳିଥାଏ।
୪- ପ୍ରାତଃକାଳ ଗଡ଼ିଯିବା ପରେ ବା ବିଳମ୍ବରେ ଆମେ ଯେତେବେଳେ ବି ଉଠୁ,ଆମକୁ ସାରା ଦିନର କଥା ଭାବିବାକୁ ପଡ଼େ। ତେଣୁ ମନ ଅଶାନ୍ତ ହୋଇ ଉଠେ।
୫-ପ୍ରାତଃ କାଳରେ ଧ୍ୟାନ କରିବା ଓ ଇଶ୍ୱରଙ୍କ ମନ୍ତ୍ର ଜପ କରିବା ଦ୍ବାରା ବୁଦ୍ଧି ପ୍ରଖର ହୋଇଥାଏ ବୋଲି ମଧ୍ୟ କୁହାଯାଏ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories