www.samajalive.in
Wednesday, December 10, 2025
18.1 C
Bhubaneswar

ମେଲବୋର୍ଣ୍ଣ ଟେଷ୍ଟ : ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ, ଭାରତ ୨୧୫/୨

ମେଲବୋର୍ଣ୍ଣ :  ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ଓ୍ଵିକେଟ୍ ହରାଇ ୨୧୫ ରନ କରିଛି। ଜୀବନର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବା ଓପନର ମୟଙ୍କ ଅଗ୍ରଓ୍ଵାଲ(୭୬) ଓ ଚେତେଶ୍ଵର ପୂଜାରାଙ୍କ ଅପରାଜିତ ୬୮ରନ ବଳରେ ଭାରତ ନିଜ ସ୍ଥିତି ସୁଦୃଢ କରିବାକୁ ପ୍ରୟାସ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ପୂଜାରାଙ୍କ ସହିତ ଅଧିନାୟକ ବିରାଟ କୋହଲି(୪୭) ରନ କରି କ୍ରିଜରେ ଅପରାଜିତ ଅଛନ୍ତି ।

- Advertisement -

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କେଏଲ ରାହୁଲ ଓ ମୁରଲୀ ବିଜୟଙ୍କ ବଦଳରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ତୃତୀୟ ଟେଷ୍ଟରେ ସୁଯୋଗ ଦିଆଯାଇଥିଲା। ହନୁମା ବିହାରୀଙ୍କ ସହିତ ସେ ଇନିଂସ ଓପନ କରିଥିଲେ। ତେବେ  ଦୃଢ ଆତ୍ମବିଶ୍ଵାସର ସହ ଖେଳି ମୟଙ୍କ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତେବେ ହନୁମା ବିହାରୀ ଓ ମୟଙ୍କ ଅଗ୍ରଓ୍ଵାଲ ପ୍ରଥମ ଓ୍ଵିକେଟରେ  ୧୮.୫ ଓଭରରେ ୪୦ ରନ ଯୋଡିଥିଲେ।  ଏହି ସ୍କୋରରେ ଭାରତକୁ ହନୁମାଙ୍କ ନାମରେ ପ୍ରଥମ ଝଟକା ଲାଗିଥିଲା। ହନୁମା ୮ ରନ କରି ପାଟ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ପରେ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ମୟଙ୍କଙ୍କ ସହିତ ଯୋଗ ଦେଇଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ୨ୟ ଓ୍ଵିକେଟ୍ ପାଇଁ ୮୩ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିଥିଲେ। ପରେ ମୟଙ୍କ ନାଥନ ଲିୟନଙ୍କ ବଲରେ ଚୌକା ମାରି ପ୍ରଥମ ପଦାର୍ପଣ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତର  ସ୍କୋର ୧୨୩ ରନ ଥିବାବେଳେ ମୟଙ୍କ ଆଉଟ ହୋଇଥିଲେ। ସେ ୧୬୧ ବଲରୁ ୮ ଚୌକା ଓ ଗୋଟିଏ ଛକା ବଳରେ ୭୬ ରନ କରି ପାଟ କମିନ୍ସଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି(୪୭) ରନ କରି ଅପରାଜିତ ଅଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories