www.samajalive.in
Sunday, December 7, 2025
18.1 C
Bhubaneswar

ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗାଈଙ୍କୁ ତାଲା ପକାଇଲେ ଚାଷୀ

ଅଲ୍ଲୀଗଡ଼: ଅଲ୍ଲୀଗଡ଼ର ସରକାରୀ ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦୦ରୁ ଊଦ୍ଧ୍ୱର୍ ଗାଈଙ୍କୁ ବନ୍ଦୀ କରି ରଖାଯାଇ ଥିବା ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ତାପମାତ୍ରା ରେକର୍ଡ ସ୍ତରକୁ ହ୍ରାସ ପାଇଥିବାବେଳେ ନିଜ ଫସଲ ରକ୍ଷା କରିବାକୁ ରାତି ସାରା ଉଜାଗର ରହୁଛନ୍ତି ଚାଷୀ। ତେଣୁ ତାମୁତିଆ ଓ ଗୋରାଇ ଗ୍ରାମର ଚାଷୀ ଗୃହପାଳିତ ପଶୁଙ୍କ ମୁହଁରୁ ଫସଲକୁ ରକ୍ଷା କରିବା ପାଇଁ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଛନ୍ତି। ଏଭଳି ଖବର ସ୍ଥାନୀୟ ପ୍ରଶାସନକୁ ଚଳଚଞ୍ଚଳ କରି ଦେଇଛି। ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍କୁଲକୁ ଏପରି ବ୍ୟବହାରକୁ ବନ୍ଦ କରିବା ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇ ଥିଲା। ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ କାର୍ଯ୍ୟ ପାଇଁ ସେଠାରେ ଥିବା ଗାଈଙ୍କୁ ସରକାରୀ ଆଶ୍ରୟସ୍ଥଳୀକୁ ଚାଲାଣ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ପ୍ରଶାସନର ନିର୍ଦେଶ ପାଇ ସ୍କୁଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ୮୦୦ରୁ ଊଦ୍ଧ୍ୱର୍ ଗାଈଙ୍କୁ ଆଶ୍ରୟସ୍ଥଳକୁ ଚାଲାଣ କରିବାକୁ ପୁଲିସ ପ୍ରୟାସ କରିଥିଲା। ତେବେ ଗ୍ରାମବାସୀଙ୍କ ତୀବ୍ର ବିରୋଧ ହେତୁ ଏହି କାର୍ଯ୍ୟରେ ମଧ୍ୟ ଦେଖା ଦେଇଥିଲା ବାଧା। କିଛି ଲୋକ ଗାଈକୁ କଂସେଇଖାନାକୁ ନିଆଯାଉଛି ବୋଲି ପ୍ରଚାର କରିଦେବାରୁ ଗ୍ରାମବାସୀଙ୍କ ବିରୋଧ ଊଗ୍ର ରୂପ ଧାରଣ କରିଥିଲା। ଫଳରେ ଏହାକୁ ନେଇ ପୁଲିସ ପକ୍ଷରୁ ୨ଟି ମାମଲା ରୁଜୁ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି। ପରିସ୍ଥିତିକୁ ଦେଖି ଉକ୍ତ ଗ୍ରାମରେ ଗୃହପାଳିତ ପଶୁଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories