mission shakti banner

ବିଜେଡି ପ୍ରଚାର ଗାଡି ଭଙ୍ଗାରୁଜା, ବିଜେପି ବିଧାୟକଙ୍କ ନାମରେ ଲିଖିତ ଅଭିଯୋଗ

bjd gruha runa banner

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକ ଠାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ବିଜେପିର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ସମେତ ତାଙ୍କର କେତେକ ସମର୍ଥକ ଗାଡିର ଡ୍ରାଇଭରକୁ ମାଡ଼ ମାରିବା ସହ ଗାଡ଼ିର କାଚ ଭାଙ୍ଗି ସେଥିରେ ଲାଗିଥିବା ପ୍ରଚାର ବ୍ୟାନରକୁ ଚିରି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ମନ୍ତ୍ରୀଡି ଅଞ୍ଚଳର ଏକ ଟାଟା ଏସିକୁ ଚଳାଇ ଡ଼୍ରାଇଭର ତ୍ରିନାଥ ସେଠୀ ଓ ହେଲପର ଅଜିତ କର ପ୍ରମୁଖ ଯାଉଥିବା ବେଳେ ସେହି ରାସ୍ତା ଦେଇ ପ୍ରଚାରରେ ଯାଉଥିବା ବିଭୂତି, ତାଙ୍କୁ ଗାଡିରୁ ତଳକୁ ଟାଣି ଆଣି ମାଡ଼ ମାରିବା ସହ ତାଙ୍କର କିଛି ସମର୍ଥକ ଗାଡ଼ିର କାଚକୁ ଭଙ୍ଗାରୁଜା କରି ଗାଡ଼ିରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ ବୋଲି ତ୍ରିନାଥ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଥିବା ସଦର ଏସ ଡି ପି ଓ ଶୁଭ୍ରାଂଶୁ ପରିଡା ସୂଚନା ଦେଇଛନ୍ତି।

Comments are closed.