nua o banner

ବାଥୁଡି ସମାଜ ସାଂସ୍କୃତିକ ଉତ୍ସବ ଉଦଯାପିତ

BJD Bijuli 480×75 Mob

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ଗୋରାଣ୍ଡିଯୋଡି ଠାରେ ଦୁଇଦିନ ଧରି ଚାଲିଥିବା ସାଂସ୍କୃତିକ ଉତ୍ସବ ଉଦଯାପିତ ହୋଇଛି। ବାଥୁଡି ସମାଜର ଆରାଧ୍ୟ ଦେବତା ଜୟବଡାମଙ୍କ ଉଦ୍ଦେଶ୍ୟରେ ପୂଜାଅର୍ଚନା କରି ତାଙ୍କ ଜାତିର ପାରମ୍ପରିକ ନୃତ୍ୟ ଚାଙ୍ଗୁ ମାଧ୍ୟମରେ ଦେବତାଙ୍କ ମହିମା ଗାନ କରାଯାଏ। ଦୁଇ ଦିନ ଧରି ଏହା ଗୋରାଣ୍ଡିଯୋଡି ଗ୍ରାମରେ ଧୂମ ଧାମରେ ପାଳନ କରାଯାଇଥିଲା। ଗୋରାଣ୍ଡିଯୋଡି ସମେତ ୪ ଗୋଟି ଚାଙ୍ଗୁ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ। ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ। ବାଥୁଡି ସମ୍ପ୍ରଦାୟର ଜଣାଶୁଣା ନେତା ତଥା ପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଶେଷ ଦିନରେ ଭାଗ ନେଇ ଥିବା ଚାଙ୍ଗୁ ଦଳ ଚାଙ୍ଗୁ ନାଚର ତାଳେ ତାଳେ ଗ୍ରାମ ପରିଭ୍ରମଣ କରି ବିଦାୟ ନେଇଥିଲେ।

Comments are closed.