ନିଆରା ପ୍ରକୃତି ପ୍ରେମୀ ମଣିଷ ତାପସ କୁମାର
କଲ୍ୟାଣସିଂହପୁର: ଆଜି ମଧ୍ୟ ଗଛଳତା ପଶୁପକ୍ଷୀ ଙ୍କ ନିମନ୍ତେ ନିଜକୁ ସମର୍ପିତ କରିବା ଭଳି ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତାପସ କୁମାର ଦଳେଈ । ନିଜ ଘର ଓ କାର୍ଯ୍ୟରତ କର୍ମକ୍ଷେତ୍ରରେ ବନେଇଛନ୍ତି ସୁନ୍ଦର ବଗିଚା ସହ ନିଆରା ପରିବେଶ। ସେଥିରେ ଚଢ଼େଇଙ୍କ ପାଇଁ ଛୋଟ ଛୋଟ ବସା ସହ ପିଇବା ପାଣି ଏବଂ ଖାଦ୍ୟ ବ୍ୟବସ୍ଥା ରହିଛି। ପକ୍ଷୀ ସେଥିରୁ ପାଣିପିଆନ୍ତି ଏବଂ ନିଜ ଜଙ୍ଗଲ ଭଳି ବିଚରଣ କରନ୍ତି । ଘରର ସଦସ୍ୟଙ୍କ ଭଳି ରହୁଛନ୍ତି ଏହି ପକ୍ଷୀମାନେ।
ରାୟଗଡା ଜିଲା କଲ୍ୟାଣସିଙ୍ଗପୁର ବ୍ଳକରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ତାପସ କୁମାର ଦଳେଈ । ନିଜର କର୍ମମୟ ଜୀବନରୁ ସମୟ ବାହାରକରି ଗଛଳତା ଓ ପଶୁପକ୍ଷୀଙ୍କ ସେବା କରନ୍ତି ପ୍ରତାପ କୁମାର । ପ୍ରତାପ କୁମାର ପେଶା ରେ ଜଣେ ଶିକ୍ଷକ କିନ୍ତୁ ନିଶା ତାଙ୍କର ପ୍ରକୃତି ଓ ପରିବେଶ କୁ କିପରି ସୁନ୍ଦର ରଖିପାରିବେ। ଧୀରେ ଧୀରେ ବିଲୁପ୍ତ ହୋଇଯାଉଥିବା ପକ୍ଷୀ ମାନଙ୍କର କିଭଳି ବଂଶ ବଢ଼ି ପାରିବ ସେଥି ନିମନ୍ତେ ସେ ଏଭଳି ନିଆରା ପ୍ରୟାସ କରିଛନ୍ତି। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କିଛି ମାଟି ପାତ୍ର ଆଣି ନିଜ ଘର ଓ ବିଦ୍ୟାଳୟରେ ବନେଇଛନ୍ତି ଛୋଟ ଛୋଟ ବସା ଓ ପିଇବା ପାଣିର ବ୍ୟବସ୍ଥା । ଖାଲି ଏତିକି ନୁହେଁ ସେମାନଙ୍କ ଖାଇବା ନିମନ୍ତେ ଧାନ, ମାଣ୍ଡିଆ, କସଲା ଭଳି ଭିନ୍ନ ଭିନ୍ନ ଖାଦ୍ୟ ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହାର ପରିବେଶ ଦେଖିଲେ ଏଭଳି ଲାଗେ ଯେମିତି ଏମାନେ ମଧ୍ୟ ଗୋଟେ ଗୋଟେ ଘରର ସଦସ୍ୟ। ଏହି ପକ୍ଷୀଙ୍କ ଶବ୍ଦ ଶୁଣିଲେ ମାନସିକ ଶାନ୍ତି ପାଉଥିବା କହିଛନ୍ତି ପ୍ରତାପ।
Comments are closed.