www.samajalive.in
Sunday, December 14, 2025
17.1 C
Bhubaneswar

କେଉଁ ରୋଗ ଥିଲେ କ’ଣ ଖାଇବା ଉଚିତ ?

ସମାଜ ଡିଜିଟାଲ ଡେସ୍କ: ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ହେତୁ ମଣିଷ ଅନେକ ପ୍ରକାର ରୋଗବ୍ୟାଧିର ଶିକାର ହେଉଛି। ପନିପରିବାରେ କୀଟନାଶକଠାରୁ ଆରମ୍ଭ କରି ଅସୁସ୍ଥକର ଖାଦ୍ୟପଦାର୍ଥ ଏବଂ ଦୈନନ୍ଦିନ ଜୀବନରେ ମଣିଷ ନିଜ ଶରୀର ପ୍ରତି କରୁଥିବା ଅଣଦେଖା ଏହାର ଅନ୍ୟ କିଛି କାରଣ ମଧ୍ୟ। ତେବେ ନିୟମିତ କିଛି ଅଭ୍ୟାସ ଦ୍ୱାରା ମଣିଷ ନିରୋଗ ଏବଂ ସୁସ୍ଥ ରହିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଶରୀରରେ କେଉଁ ରୋଗ ଥିଲେ ପ୍ରତିଦିନ କେଉଁ କେଉଁ ଖାଦ୍ୟପଦାର୍ଥ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର ସେ ବିଷୟରେ ଆସନ୍ତୁ ଜାଣିବା।

ମାନସିକ ଅବସାଦ: ଡିପ୍ରେସନ ବା ମାନସିକ ଅବସାଦ ଏବେ ଅଧିକାଂଶ ଲୋକଙ୍କଠାରେ ସାଧାରଣ ରୋଗ ଭାବେ ପରିଚିତ। ଏହା ମଣିଷକୁ ଭିତରୁ ଦୁର୍ବଳ ଏବଂ ଶକ୍ତିହୀନ କରିଦିଏ। ଏଭଳି ସ୍ଥିତିରେ ଚିନ୍ତା ଏବଂ ବିବାଦୀୟ କାର୍ଯ୍ୟକଳାପରୁ ଦୂରେଇ ରହିବା ସହିତ ନିୟମିତ ଗାଜର, ବିଟ୍‌‌, ନାସପାତି ଏବଂ ପାଳଙ୍ଗ ଶାଗର ରସ ସେବନ କଲେ ଉପଶମ ମିଳିବ ବୋଲି ସ୍ୱାସ୍ଥଞ ବିଶେଷଜ୍ଞମାନେ କୁହନ୍ତି।

- Advertisement -

ମଧୁମେହ: ମଧୁମେହ ବା ଡାଇବେଟିସ ମଧ୍ୟ ଅନ୍ୟତମ ସାଧାରଣ ରୋଗ, ଯାହାଦ୍ୱାରା ଏବେ ଯୁବପିଢ଼ି ବି ଶିକାର ହେଉଛନ୍ତି। ତେଣୁ ନିୟମିତ କଲରା, ପାଳଙ୍ଗ ଶାଗ, ନାସପାତି ଏବଂ ଗାଜର ରସ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିପାରିବ।

ଶ୍ୱାସ: ଶ୍ୱାସ ରୋଗ ବା ଆସ୍ଥମାଠାରୁ ଉପଶମ ପାଇବାକୁ ହେଲେ ନାସପାତି ରସ କିମ୍ବା ଅଦା ରସ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ବ୍ୟତୀତ ସ୍ୱଳ୍ପ ଗୋଲମରିଚ ଗୁଣ୍ଡ ମହୁ ସହିତ ସକାଳୁ ଚାଟିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

ସ୍ମରଣଶକ୍ତି ହ୍ରାସ: ଅଙ୍ଗୁର ଏବଂ ଡାଳିମ୍ବକୁ ସକାଳ ଭୋଜନରେ ସାମିଲ କରିବା ଦରକାର। ଏହା ସ୍ମରଣଶକ୍ତି ହ୍ରାସକୁ ରୋକିଥାଏ। ତା’ ସହିତ ତୁଳସୀ ଏବଂ ବ୍ରାହ୍ମି ରସ ମଧ୍ୟ ବେଶ୍‌‌ ଲାଭପ୍ରଦ ହୋଇଥାଏ।

ପାଚନ ସମସ୍ୟା: ଲେମ୍ବୁ, ସପୁରୀ, ଗାଜର କିମ୍ବା ପୁଦିନା ରସ ପାଚନ ଶକ୍ତି ବଢ଼଼ାଇବା ସହିତ ପାଚନ ଜନିତ ସମସ୍ୟା ଦୂର କରିଥାଏ।

କିଡନୀ ଷ୍ଟୋନ୍‌‌: ଅନେକ ସମୟରେ ବିଭିନ୍ନ କାରଣରୁ କିଡନୀରେ ଷ୍ଟୋନ୍‌‌ ହୋଇଥାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ତରଭୁଜ, ଲେମ୍ବୁ, କମଳା କିମ୍ବା ନାସପାତି ରସ୍‌‌ ନିୟମିତ ବ୍ୟବଧାନରେ ସେବନ କରିବା ଉଚିତ। ଏହା କିଡନୀରେ ଷ୍ଟୋନ ହେବାରୁ ରକ୍ଷା କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories