ଶିଳ୍ପୀ ବିଜୟ ରୁ ପେନସିଲ ମୁନରେ ତିଆରି କଲେ କ୍ଷୁଦ୍ର ଟି -୨୦ ବିଶ୍ବକପ
ଗୋପାଳପୁର: ଗୋପାଳପୁର ସନ୍ନିକଟ ଡୁରା ଗ୍ରାମ ନିବାସୀ ତଥା ୨୨ ବର୍ଷିୟା ଶିଳ୍ପୀ କେ ବିଜୟ କୁମାର ରେଡ୍ଡୀ ପୁଣିଥରେ ନିଜର ଅସାଧାରଣ ପ୍ରତିଭା ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି। ବିଜୟ ମାତ୍ର ୧.୫ ସେମି ଉଚ୍ଚତା ବିଶିଷ୍ଟ ଆଇସିସି ଟି-୨୦ ବିଶ୍ବକପ୍ କଳାକୃତିକୁ ଏକ ପେନସିଲ ମୁନରେ ପ୍ରସ୍ତୁତ କରିଛନ୍ତି। କ୍ଷୁଦ୍ର କଳାକୃତି ର୍ନିମାଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଦାଖଲ କରିଥିବା ବିଜୟ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ ଏହି କ୍ଷୁଦ୍ର କଳାକୃତି ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି। ବିଶ୍ୱକପ ଟ୍ରଫି ସହିତ ବିଜୟଙ୍କ ଦ୍ବାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ୧.୫ ସେମି ଉଚ୍ଚତା ବିଶିଷ୍ଟ କଳାକୃତିକୁ ପେନସିଲରେ ନିର୍ମାଣ କରି ଷ୍ଟାର କ୍ରିକେଟରଙ୍କୁ ସହ ଟୁର୍ଣ୍ଣାମେଣ୍ଟ ରେ ବିଜୟ ପାଇଁ ଶୁଭକାମନା ପ୍ରଦାନ କରୁଥିବା ମତପୋଷଣ କରିଛନ୍ତି।
ବିଜୟଙ୍କ ଉଲ୍ଲେଖନୀୟ ଦକ୍ଷତା ପାଇଁ ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶଂସିତ କରା ଯାଇଥିବା ସହ ଏସିଆ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହୋଇପାରିଛନ୍ତି। ବିଜୟ ବିଭିନ୍ନ ସମୟରେ ଚକଖଡି, ପେନସିଲ ଓ ଚାଉଳରେ ବିଭିନ୍ନ କଳାକୃତି ମାନ ନିର୍ମାଣ କରି ନିଜର ଅସାଧାରଣ ପ୍ରତିଭାର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି।
Comments are closed.