www.samajalive.in
Sunday, December 7, 2025
18.1 C
Bhubaneswar

ଜୁନ ୩ରୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର :ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ(+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୩ରୁ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଆବେଦନ କରିପାରିବେ। ନାମଲେଖା ସମ୍ବନ୍ଧରେ ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ନିୟମିତ ପାଠ୍ୟକ୍ରମ ସହ ନିଜସ୍ବ ଦେୟ (ସେଲ୍ଫ ଫାଇନାନ୍ସିଂ) ପାଠ୍ୟକ୍ରମ ପାଇଁ ସାମ୍ସ ଜରିଆରେ ଆବେଦନ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖ ଅପରାହ୍ଣ ୪ଟାରୁ www.samsodisha.gov.in ଲଗଇନ୍‌ କରି ଆବେଦନ କରିପାରିବେ। ଜୁନ୍‌ ୧୭ ଆବେଦନର ଶେଷ ଅବଧି ରହିଛି। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍‌ଲାଇନ୍‌ରେ ସଂଶୋଧନ କରିପାରିବେ। ଜୁନ୍‌ ୨୫ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୫ରୁ ୨୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ଦେୟ ପୈଠ କରିପାରିବେ। ୨୫ରୁ ୨୮ ମଧ୍ୟରେ ମନୋନୀତ ଶିକ୍ଷାନୁଷ୍ଠାନ ବ୍ୟତୀତ ଉପରସ୍ଥ ପରବର୍ତ୍ତୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ କିମ୍ବା ମନୋନୀତ ଶିକ୍ଷାନୁଷ୍ଠାନରେ ଆସନ ପକ୍କା କରିବାକୁ ଆବେଦନ କରିପାରିବ। ୨୬ ରୁ ୨୯ ମଧ୍ୟରେ ନାମଲେଖା ସହ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ ହେବ। ଜୁଲାଇ ୫ ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୬ରୁ୯ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ହେବା ସହ ୧୫ରୁ ୧୮ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ଚଳିତ ବର୍ଷ ଡିଗ୍ରୀ ନାମଲେଖା ପ୍ରକ୍ରିୟାରେ ସ୍ନାତକ ଆବେଦନ ସମୟରେ ସାମ୍ସ ଜରିଆରେ ଛାତ୍ରଛାତ୍ରୀ ୪ ବର୍ଷିଆ ବିଏଡ୍‌ ପାଠ୍ୟକ୍ରମ ପାଇଁ ମଧ୍ୟ ଆବେଦନ କରିବେ। ଚଳିତ ବର୍ଷ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ (ବିଏ ଓ ବିଏସ୍‌ସି) ପାଠ୍ୟକ୍ରମ ସ୍ନାତକ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଏସ୍‌ଏସ୍‌ସି ସ୍ବୟଂଶାସିତ ମହାବିଦ୍ୟାଳୟ ପୁରୀ, ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟ ବାରିପଦା, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଏ ଓ ବିଏସ୍‌ସି ବିଏଡ୍‌ ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ସାମ୍ସ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛି। ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନିଜସ୍ବ ଦେୟ ପାଠ୍ୟକ୍ରମ ଆଇଟିଏମ୍‌ ଓ ଆଇଏସ୍‌ଟି ମଧ୍ୟ ସାମ୍ସ ନାମଲେଖା ପ୍ରକ୍ରିୟାରେ ଯୋଡ଼ି ହୋଇଛି। ଏହା ବ୍ୟତୀତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ପିପିପି ମୋଡରେ ଥିବା ପାଠ୍ୟକ୍ରମ ଛଡ଼ା ଅନ୍ୟ ସମସ୍ତ ପାଠ୍ୟକ୍ରମ ସାମ୍ସ ପ୍ରକ୍ରିୟା‌େ‌ର ସାମିଲ ହୋଇଛି। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ବିଏ ଏଲଏଲବି(୫ ବର୍ଷିଆ) ପାଠ୍ୟକ୍ରମ ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ୪ଟି ପର୍ଯ୍ୟାୟରେ ହେବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories