www.samajalive.in
Tuesday, December 9, 2025
15.1 C
Bhubaneswar

ଗଞ୍ଜାମ ଜିଲା ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣା, ୫ ଗିରଫ

ଧାମରା: ବାଂଶଡା ଥାନା ଅର୍ନ୍ତଗତ ତୋଟାପଡା ଠାରେ ଗତକାଲି ଗଞ୍ଜାମ ଜିଲା ବିଜେପି ସଭାପତି ସୁବାଶ ସାହୁଙ୍କ ଉପରେ ହୋଇଥିବା ମରଣାତକ ଆକ୍ରମଣ ଘଟଣାରେ ୫ଜଣଙ୍କୁ ପୁଲିସ ଗିରଫ କରିଛି।  ସୋମବାର ସୁବାଶ ସାହୁ ନିଜର ୫ଜଣ ସହଯୋଗୀ ନିର୍ବାଚନ କାର୍ଯ୍ୟରେ ଘଂଟେଶ୍ୱର ଅଂଚଳକୁ ଆସୁଥିବା ବେଳେ ତୋଟାପଡା ବଜାର ଉପରେ ଶାସକ ଦଳର ବହୁ କର୍ମୀ ସୁବାଶ ସାହୁଙ୍କ ଗାଡିକୁ ଅଟକାଇଥିଲେ।  ସେ କାହିଁକି ତାଙ୍କ ଗାଡିରେ ବିଜେପି ପତାକା ଲଗାଇଛନ୍ତି ସେ ନେଇ ପ୍ରଶ୍ନ କରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ। ଏହାସହ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସୁବାଶ ସାହୁଙ୍କ ବାମ ହାତ ଭାଙ୍ଗି ଯାଇଥିଲା।

ଘଟଣା ଘଟିବା ପରେ ସୁବାଶ ସାହୁ ଆସି ଘଂଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କର ଲିଖିତ ଅଭିଯୋଗ ପାଇବା ପରେ ବାଂଶଡା ଥାନାରେ ୧୮୪ ନଂ ରେ ଏକ କେଶ ରୁଜୁ ହୋଇଥିଲା। ପରେ ବାଂଶଡା ଥାନାଧିକାରୀ ଦେବରାଜ ଜେନା ସଦଳବଳେ ଯାଇ ତୋଟାପଡା ଗ୍ରାମର ସିପୁ ଜେନା(୨୩), ଦିପୁନ ଜେନା(୨୮), ରବୀନ୍ଦ୍ର ବଳ( ୪୮), ବିଜୟ କୁମାର ଜେନା(୨୩) ଏବଂ ପାପିନା ଜେନାକୁ ଗିରଫ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ବାଂଶଡ଼ା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories