ବାମ ନା ଡାହାଣ କେଉଁ ପାଦ କୁଣ୍ଡାଇ ହେବା ଦିଏ ଶୁଭ ସଙ୍କେତ..
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପାଦ କୁଣ୍ଡାଇ ହେବା ଅନେକ ସଙ୍କେତ ଦେଇଥାଏ। କୌଣସି ବ୍ୟକ୍ତି ବିଶେଷଙ୍କ ପାଦ ବିନା କୌଣସି କାରଣରେ ହଠାତ୍ କୁଣ୍ଡାଇ ହେବା ଶୁଭ ସଙ୍କେତ ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ୨ଟି ପାଦ ହଠାତ୍ କୁଣ୍ଡାଇ ହେବାର ଭିନ୍ନ ଭିନ୍ନ ଅର୍ଥ ରହିଛି। ଡାହାଣ ପାଦ ହଠାତ୍ କୁଣ୍ଡାଇ ହେବା ଶୁଭ ବୋଲି କୁହାଯାଇଛି।
ଆଉ ଚିନ୍ତା ନାହିଁ ; ଏହି ରାଶିଙ୍କର ୧୧ ମାସ ପର୍ଯ୍ୟନ୍ତ ଭାଗ୍ୟ ବଦଳାଇବେ କେତୁ, ମିଳିବ ଧନ, ଚମକିବ ଭାଗ୍ୟ..
ଡାହାଣ ପାଦ ହଠାତ୍ କୁଣ୍ଡାଇ ହେବାର ଅର୍ଥ ଖୁବ୍ ଶୀଘ୍ର ଶୁଭ ଖବର ମିଳିବ। କୌଣସି ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହିଛି।
ଡାହାଣ ପାଦ ହଠାତ୍ କୁଣ୍ଡାଇ ହେଲେ ଚିନ୍ତା କରନ୍ତୁ ନାହିଁ। ଏହା ଦ୍ୱାରା ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ଅଟକି ଥିବା କାମରେ ସଫଳତା ମିଳିଥାଏ।
ମାତ୍ର ବାମ ପାଦ କୁଣ୍ଡାଇ ହେବା ସେତେ ଶୁଭ ନୁହେଁ। ହଠାତ୍ ବାମ ପାଦ କୁଣ୍ଡାଇ ହେବାକୁ ଆରମ୍ଭ କଲେ, ଏହାର ଅର୍ଥ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।
ବାମ ପାଦ କୁଣ୍ଡାଇ ହେଲେ ଦୂର ସ୍ଥାନକୁ ଯାତ୍ରା କରିବା ଉଚିତ୍ ନୁହେଁ।
Comments are closed.