www.samajalive.in
Saturday, December 6, 2025
14.1 C
Bhubaneswar

ବହୁଚର୍ଚ୍ଚିତ ରଣଜିତ ସିଂହ ହତ୍ୟାକାଣ୍ଡ ମାମଲା; ରାମ ରହିମ ନିର୍ଦ୍ଦୋଷରେ ଖଲାସ

ଚଣ୍ଡିଗଡ଼: ବହୁଚର୍ଚ୍ଚିତ ରଣଜିତ ସିଂହ ହତ୍ୟାକାଣ୍ଡ ମାମଲାରେ ରାମ ରହିମଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି। ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ତାଙ୍କ ସହ ଅନ୍ୟ ୪ଜଣଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ସିବିଆଇ କୋର୍ଟ ୨୦୨୧ରେ ରାମ ରହିମଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଆଜୀବନ କାରାଦଣ୍ଡ ବିରୋଧରେ ରାମ ରହିମ ହାଇକୋର୍ଟରେ ଆବେଦନ କରିଥିଲେ। ମଙ୍ଗଳବାର ତାଙ୍କ ଆବେଦନର ଶୁଣାଣି କରି ସିବିଆଇ କୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ବିସ୍ତୃତ ଆଦେଶ ଆସିବା ବାକି ଅଛି।

ରଣଜିତ ସିଂହ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମ ରହିମଙ୍କ ସମର୍ଥକ ଥିଲେ ଏବଂ ୨୦୦୨ ମସିହା ଜୁଲାଇ ୧୦ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ, ସାଧ୍ବୀ ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ସେ ରୋହତକର ସୁନାରିଆ ଜେଲରେ ଅଛନ୍ତି।

- Advertisement -

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories