ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢଉ

ଭଦ୍ରକ : ଭଣ୍ଡାରୀପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଫ୍ଲାଇଂ ସ୍କ୍ବାର୍ଡ, ଆଇଟି ଓ ଟାଉନ ପୁଲିସ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନ ଅଫିସରେ ଏହି ଚଢଉ ହୋଇଛି ।  ଗତକାଲି ରାତିରେ ଚଢଉ ହୋଇଥିବାବେଳେ ଆଜି ସନ୍ଧ୍ୟାରେ ପୁଣି ଚଢଉ ହୋଇଛି । ଅନ୍ୟପଟେ ଚଢଉ ସମୟରେ ଅଫିସ ବାହାରେ ବିଜେଡି କର୍ମୀ ହୋହଲ୍ଲା କରୁଥିବା ନେଇ ଭଦ୍ରକ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ନିରଞ୍ଜନ ।

Comments are closed.