www.samajalive.in
Sunday, December 14, 2025
19.1 C
Bhubaneswar

ଦଶମରେ ୯୯.୭% ମାର୍କ, ହେଲେ ପଢି ଆସୁନି କି ଲେଖି ଆସୁନି – ତଦନ୍ତ ଆରମ୍ଭ

ଡେସ୍କ: ଘଟଣା ଘଟିଛି କର୍ଣ୍ଣାଟକରେ। ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭ ପ୍ରତିଶତ ନମ୍ବର ରଖିଥିବା ପ୍ରଭୁ ଲକ୍ଷ୍ମୀକାନ୍ତ ଲୋକାରେ ନାମକ ଜଣେ ୨୩ ବର୍ଷୀୟ ପିଅନ ପଢ଼ି ପାରୁ ନାହାନ୍ତି କି ଲେଖିପାରୁ ନାହାନ୍ତି। ଏହା ଜଣାପଡିବା ପରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

ଅଧିକ ମାର୍କ ପାଇଁ ଲୋକାରେ କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାର ଏକ ସ୍ଥାନୀୟ ଅଦାଲତରେ ପିଅନ ଭାବେ ଚାକିରି ପାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୨୨ ତାରିଖରେ ପିଅନ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ମେରିଟ୍ ଲିଷ୍ଟରେ ଦଶମ ଶ୍ରେଣୀ ମାର୍କ ଆଧାରରେ ନାମ ଆସିବା ପରେ ଲୋକାରେ ଚାକିରି ପାଇଁ ମନୋନୀତ ହୋଇଥିଲେ। ଲୋକାରେଙ୍କ ଶୈଖିକ ଯୋଗ୍ୟତାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ଲୋକାରେ ପଢ଼ିବା ଓ ଲେଖିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଶେଷରେ ବିଚାରପତି ଲୋକାରେଙ୍କ ଶୈଖିକ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ପୁଲିସ ନିକଟରେ ଏକ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ। ଏପ୍ରିଲ ୨୬ରେ ଏହି ମାମଲାରେ ଏତଲା ରୁଜୁ ହୋଇଥିଲା। ଏତଲାରେ ଦର୍ଶାଯାଇଛି ଯେ ଲୋକାରେ ସପ୍ତମ ଶ୍ରେଣୀ ପରେ ସିଧାସଳଖ ଦଶମ ଶ୍ରେଣୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଏବଂ ୬୨୫ ମାର୍କରୁ ୬୨୩ ନମ୍ବର ରଖିଥିଲେ। ତେବେ ଶିକ୍ଷାଗତ ପ୍ରଦର୍ଶନ ସତ୍ତ୍ୱେ ସେ କନ୍ନଡ, ଇଂରାଜୀ କିମ୍ବା ହିନ୍ଦୀରେ ପଢ଼ି ବା ଲେଖି ପାରୁ ନ ଥିବାରୁ ତାଙ୍କ ପରିଚୟକୁ ନେଇ ଗଭୀର ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟ ପ୍ରାର୍ଥୀମାନେ ସମାନ ଉପାୟରେ ସରକାରୀ ଚାକିରି ପାଇଛନ୍ତି କି ନାହିଁ ତାହାର ତଦନ୍ତ କରିବାକୁ ବିଚାରପତି ଦାବି କରିଛନ୍ତି। ଅଭିଯୋଗକାରୀ ପୁଲିସକୁ ତାଙ୍କ ଦଶମ ଶ୍ରେଣୀ ପରୀକ୍ଷା ଉତ୍ତର ଖାତା ସହିତ ଲୋକାରେଙ୍କ ହସ୍ତାକ୍ଷର ଯାଞ୍ଚ ଏବଂ ତୁଳନା କରିବାକୁ ମଧ୍ୟ କହିଛନ୍ତି। ଜାଲିଆତି ଶିକ୍ଷାଗତ ସଫଳତା ମେଧାବୀ ଛାତ୍ରଛାତ୍ରୀଙ୍କୁ କ୍ଷତିରେ ପକାଇଥାଏ ବୋଲି ବିଚାରପତି କହିଛନ୍ତି।

ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ଲୋକାରେ ଦାବି କରିଛନ୍ତି ଯେ ସେ ୨୦୧୭-୧୮ରେ ଦିଲ୍ଲୀ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଘରୋଇ ପ୍ରାର୍ଥୀ ଭାବରେ ପରୀକ୍ଷା ଦେଇଥିଲେ। କର୍ଣ୍ଣାଟକର ବାଗାଲାକୋଟ ଜିଲ୍ଲାର ଏକ ଅନୁଷ୍ଠାନରେ ଏହି ପରୀକ୍ଷା ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories