www.samajalive.in
Friday, December 12, 2025
16.1 C
Bhubaneswar

ଝିଅର ଆତ୍ମହତ୍ୟାର ୪ ଦିନ ପରେ ବାପର ସନ୍ଦେହଜନକ ମୃତ୍ୟୁ

କଲମପୁର/ମୁଖିଗୁଡା/ଭବାନୀପାଟଣା: ଦୁଃଖ ଯେତେବେଳେ ଆସେ ସାଥି ସହୋଦର ନେଇ ଆସେ। ପ୍ରଥମେ ନିଜ ସମ୍ପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଏବଂ ପରବର୍ତ୍ତୀ ସମୟରେ ବିଷ ପିଇ ଝିଅ ଆତ୍ମହତ୍ୟା କରିଥିଲା। ଏଭଳି ଦୁଃଖ ଏବଂ ଲଜ୍ଜା ଯୋଗୁଁ ମ୍ରିୟମାଣ ବାପାର ସନ୍ଦେହଜନକ ଭାବେ ଗାଁ ପୋଖରୀ ନିକଟରୁ ମୃତ ଦେହ ଉଦ୍ଧାର ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ ଜୟପାଟଣା ବ୍ଲକ ଅଧିନସ୍ଥ ଜାମଚୁଆଁ ଠାରେ ଗତ ସୋମବାର ରାତିରେ ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିଲେ। ମହିଳା ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପରିବାର ସହ ଜୟପାଟଣା ପୁଲିସ ଥାନାରେ ନିଜ ସମ୍ପର୍କୀୟ ଦେଢଶୁରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଟିଙ୍ଗୋପଖାନ ଗ୍ରାମରେ ବିବାହ କରିଥିଲେ ଜାମଚୁଆଁ ଗ୍ରାମର କରନ ମାଝୀଙ୍କ ଝିଅ ପୂର୍ଣ୍ଣମୀ। ପରିବାର ପ୍ରତିପୋଷଣ ପାଇଁ ପୂର୍ଣ୍ଣମୀର ସ୍ୱାମୀ ରାଜ୍ୟ ବାହାରେ। ତେଣୁ ଏକକୀ ଘରେ ପୂର୍ଣ୍ଣମୀ। ପୂର୍ଣ୍ଣମୀ ପ୍ରତି ଆଶକ୍ତ ହେଇଥିଲା ତାର ସମ୍ପର୍କୀୟ ଦେଢଶୁର ଅରୁଣ ମାଝୀ। ଗତ ଅପ୍ରେଲ ୨୨ ତାରିଖ ଦିନ ଗାଁରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ କୌଶଳ କ୍ରମେ ପୂର୍ଣ୍ଣମୀକୁ ଡାକି ଅରୁଣ ବଳପୂର୍ବକ ଦୁଷ୍କର୍ମ କରିଥିଲା। କିନ୍ତୁ ଘଟଣା ପ୍ରଘଟ ହେବା ପରେ ଲୋକ ଲଜ୍ଜା ଯୋଗୁଁ ପୂର୍ଣ୍ଣମୀ ଟିଙ୍ଗୋପଖାନ ଗ୍ରମରୁ ଫେରି ଆସି ନିଜ ବାପା ମା’ ରହିଥିବା ଜାମଚୁଆଁ ଗାଁକୁ ଚାଲି ଆସିଥିଲା। ଗାଁରେ ନିଜ ସ୍ୱାମୀ ଏବଂ ମା, ବାପାଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲା।

- Advertisement -

ପରିବାର ଲୋକଙ୍କ ପରାମର୍ଶ କ୍ରମେ ଗତ ୨୦ ତାରିଖରେ ନିଜ ସମ୍ପର୍କୀୟ ଦେଢଶୁର ଅରୁଣ ମାଝୀଙ୍କ ନାଁରେ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବା ନେଇ ଜୟପାଟଣା ଥାନାର ଦ୍ୱାରସ୍ଥ ହେଇଥିଲେ। କିନ୍ତୁ ଏତଲା ଦେବାର ଅଳ୍ପ କିଛି ସମୟ ପରେ ଲୋକ ଲଜ୍ଜା ଯୋଗୁଁ ମାନସୀକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲା ପୂର୍ଣ୍ଣମୀ। ରାତିରେ ତାର ମୃତ୍ୟୁ ଘଟିଥିଲା। ମଙ୍ଗଳବାର ସକାଳେ ତାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦାହ ସଂସ୍କାର ପାଇଁ ହସ୍ତାନ୍ତରିତ କରାଯାଇଥିଲା। ଏହି ଘଟଣାକୁ ୪ ଦିନ ନପୁରୁଣୁ ଗାଁ ପୋଖରୀ ନିକଟରୁ ମୃତ ମହିଳା ପୂର୍ଣ୍ଣମୀର ବାପା କରନ ମାଝୀର ମୃତ ଦେହ ଉଦ୍ଧାର କରିବା ଘଟଣା ଏବେ ଅଂଚଳବାସୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। କେଉଁ କାରଣରୁ କରନ ମାଝୀର ମୃତ୍ୟୁ ହେଲା। କିଏ ତାକୁ ମାରି ଦେଲା ନାଁ ସେ ଲୋକ ଲଜ୍ଜା ପାଇଁ ଆତ୍ମହତ୍ୟା କଲା। ଏସବୁ ଅସମାହିତ ପ୍ରଶ୍ନର ଉତର ଅପେକ୍ଷାରେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories