www.samajalive.in
Saturday, December 6, 2025
26.1 C
Bhubaneswar

ଭାରତୀୟ ବଜାରକୁ ନୂଆ ମୋଟରସାଇକେଲ ଆଣିଲା ବିଏମଡବ୍ଲୁ, ୧ ଘଣ୍ଟାରେ ଯିବ ୨୫୩ କିଲୋମିଟର

ନୂଆଦିଲ୍ଲୀ : ଜର୍ମାନୀର ବିଳାସପୂର୍ଣ୍ଣ ମୋଟରସାଇକେଲ ନିର୍ମାତା କମ୍ପାନୀ ବିଏମଡବ୍ଲୁ ମୋଟରାଇଡ୍ ଭାରତୀୟ ବଜାର ପାଇଁ ନିଜ ଏସ ୧୦୦୦ ଏକ୍ସଆରକୁ ଲଞ୍ଚ୍ କରିଦେଇଛି । କମ୍ପାନୀ ପୁରୁଣା ମଡେଲ ତୁଳନାରେ ଏଥିରେ କିଛି ପରିବର୍ତ୍ତନ କରିଛି । ଅଧିକ ଦୂର ପର୍ଯ୍ୟନ୍ତ ଯାତ୍ରାକୁ ଆରାମଦାୟକ କରିବା ପାଇଁ ଗାଡିକୁ ପ୍ରସ୍ତୁତ କରାଯାଇଛି । ଏହାର ଦାମ୍ ୨୨.୫ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

ଏଥିରେ କମ୍ପାନୀ ନୂଆ ରଙ୍ଗର ବିକଳ୍ପ ମଧ୍ୟ ସାମିଲ କରିଛି । ପୁରୁଣା ମଡେଲ ଅପେକ୍ଷା ଏଥିରେ କିଛି ଗ୍ରାଫିକ୍ସରେ ମଧ୍ୟ ପରିବର୍ତ୍ତନ ଆଣିଛି କମ୍ପାନୀ । ନୂଆ ମଡେଲରେ ଏଲଇଡି ହେଡଲାଇଟ୍ ମଧ୍ୟ ମିଳିବ । ଏହା ଉପରେ ଏକ ସ୍ମୋକ୍ଡ ଭାଇଜର ମଧ୍ୟ ମିଳୁଛି । ଫିଚର୍ସ କଥା କହିବା ତ ଏଥିରେ ଲିନ୍ ସେନସିଟିଭ୍ ଏବିଏସ୍, ଟ୍ରାକ୍ସନ କଣ୍ଟ୍ରୋଲ, କ୍ରୁଜ୍ କଣ୍ଟ୍ରୋଲ ଏବଂ ହ୍ବିଲି କଣ୍ଟ୍ରୋଲ ଭଳି ଫିଚର୍ସ ମିଳିବ ।

ରୈସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କଲା ଇରାନ

- Advertisement -

ମୋଟରସାଇକେଲରେ ବ୍ରେକିଂ ପାଇଁ ସାମ୍ନାରେ ଟ୍ବିନ୍ ଡିସ୍କ ବ୍ରେକ୍ ଏବଂ ପଛରେ ସିଙ୍ଗଲ ଡିସ୍କ ସେଟଅପ୍ ମିଳୁଛି । ଏଥିରେ ୯୯୯ର ସିସି ୪ ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ୍ ଦିଆଯାଉଛି ଯାହା ୧୧ହଜାର ଆରପିଏମରେ ୧୬୮ ବିଏଚପିର ପାଓ୍ବର ଓ ୯୨୫୦ ଆରପିଏମରେ ୧୧୪ ଏନଏମ୍ ଟର୍କ ଉତ୍ପନ କରିବ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଯୋଡାଯାଇଛି । ଏହି ବାଇକ୍ ଶୂନ୍ୟରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ଯିବା ପାଇଁ ମାତ୍ର ୩.୨୫ ସେକେଣ୍ଡ ସମୟ ନେବ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories