www.samajalive.in
Saturday, December 6, 2025
14.1 C
Bhubaneswar

ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଉଥିଲେ ; ଦୁର୍ଘଟଣାରେ ଗୋଟିଏ ପରିବାରର ୭ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ-ଜମ୍ମୁ ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ସାତ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ମିନି ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ରାଜପଥରେ ଟ୍ରକଟି ହଠାତ୍ ବ୍ରେକ୍ ମାରିବାରୁ ପଛପଟୁ ଆସୁଥିବା ମିନି ବସ୍ ଟ୍ରକ୍ ସହ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମେ ୨୬: ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

- Advertisement -

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶର ବୁଲନ୍ଦସହରରୁ ଶ୍ରଦ୍ଧାଳୁମାନେ ବୈଷ୍ଣୋ ଦେବୀ ଦର୍ଶନ ପାଇଁ ମିନି ବସରେ ଯାଉଥିଲେ। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ପ୍ରତ୍ୟେକଦର୍ଶୀ କହିଛନ୍ତି, ମିନି ବସ ଆରଗରେ ଯାଉଥିବା ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ଏହି ଧକ୍କା ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଦେଖନ୍ତୁ ଭିଡିଓ ; ଶୋଇଥିଲା କୁକୁର, ବାଜିଗଲା ହାତୀ ଗୋଡ, ଆଉ ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories