ବୁଥ୍ ରିଗିଂ ଆଶଙ୍କାରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା
ଭୁବନେଶ୍ୱର: ଶୁକ୍ରବାର ରାଜ୍ରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ମତଦାନ ସମୟରେ ବୁଥ୍ ରିଗିଂ ଆଶଙ୍କା କରି ଏହାକୁ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଦୁଇଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବ୍ୟବହାର କରି ଶାସକ ଦଳ ବୁଥ୍ ରିଗିଂ କରିବାକୁ ଯୋଜନା କରୁଥିବା ଅଭିଯୋଗ ଆଣିଛନ୍ତି ଅପରାଜିତା।
Comments are closed.