www.samajalive.in
Monday, December 15, 2025
26.1 C
Bhubaneswar

ହୃଦ୍‌‌ଘାତ ଆଶଙ୍କା ବଢ଼଼ାଉଛି ଏହି ଅଭ୍ୟାସ, ହୋଇଯାଆନ୍ତୁ ସାବଧାନ !

ସମାଜ ଡିଜିଟାଲ ଡେସ୍କ: କେବଳ ଭାରତ ନୁହେଁ ସାରା ବିଶ୍ୱରେ ହୃଦ୍‌‌ଘାତରେ ଅଧିକାଂଶ ଲୋକଙ୍କ ପ୍ରାଣହାନି ଘଟୁଛି। ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ହୃଦରୋଗରେ ଲୋକେ ପ୍ରାଣ ହରାଉଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। କମ୍‌‌ ବୟସର ଲୋକମାନେ ବି ଏହାର ଶିକାର ହେଉଛନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ ସାଙ୍ଗକୁ ଅବସାଦ ଏହି ରୋଗର ପ୍ରମୁଖ କାରଣ ବୋଲି ଅନେକଙ୍କୁ ଜଣା ଥିବ। କିନ୍ତୁ ଏହାର ଅନ୍ୟ ଏକ କାରଣ ଠାବ କରିଛନ୍ତି ବିଶେଷଜ୍ଞମାନେ। ଯାହା ହେଉଛି ପ୍ଲାଷ୍ଟିକ। ମଣିଷର ପ୍ଲାଷ୍ଟିକ ବ୍ୟବହାର କରିବାର ଅଭ୍ୟାସ ହୃଦଘାତ ଆଶଙ୍କା ବଢ଼଼ାଉଥିବା ଅଧ୍ୟୟନରୁ ଜଣାପଡ଼ିଛି।

ବିଶେଷଜ୍ଞମାନଙ୍କ ମତରେ ଯେଉଁମାନଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହୁଛି ସେମାନଙ୍କଠାରେ ହୃଦଘାତ ଆଶଙ୍କା ଅଧିକ। ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ଲୋକଙ୍କର ହୃତପିଣ୍ଡ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର କରିବା ସମୟରେ ଜମାଟ ବାନ୍ଧିଥିବା ରକ୍ତରୁ ଏହି କଣିକାକୁ ଠାବ କରିଛନ୍ତି। ଧମନୀରୁ ବାହାର କରାଯାଇଥିବା ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହିଥିବା ଦେଖାଯାଇଛି, ଯାହା ହୃଦଘାତର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

- Advertisement -

ଇ-ବାୟୋମେଡିସିନ ଜର୍ନାଲରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ବିଶେଷଜ୍ଞମାନେ ହୃଦଘାତର ଅନ୍ୟ କିଛି କାରଣ ଜାଣିବା ଲାଗି ୩୦ ଜଣ ରେଗାୀଙ୍କ ଉପରେ ଅଧ୍ୟୟନ କରିଥିଲେ। ଏହି ରୋଗୀମାନେ ହୃଦଘାତର ଶିକାର ହୋଇଥିଲେ। ଏହା ସହିତ କିଛି ଏପରି ରୋଗୀ ଥିଲେ ଯେଉଁମାନେ ଡିପ୍‌‌ ଭେନ୍‌‌ ଥ୍ରୋମ୍ବୋସିସ(ଗୋଡ଼ କିମ୍ବା ପେଲ୍‌‌ଭିସରେ ରକ୍ତ ଜମାଟ ବାନ୍ଧିବା)ରେ ପୀଡ଼ିତ। ଏମାନେ ଦୈନନ୍ଦିନ ଜୀବନରେ ନିୟମିତ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରୁଥିଲେ। ପରୀକ୍ଷଣ କରାଯିବା ପରେ ୩୦ ଜଣଙ୍କ ରକ୍ତ ନମୁନାରୁ ୨୪ ନମୁନାରେ ଭିନ୍ନ ଭିନ୍ନ ଆକାରର ମାଇକ୍ରୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଥିଲା। ଏହି ମାଇକ୍ରୋପ୍ଲାଷ୍ଟିକଗୁଡ଼ିକ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ପଲିଭିନାଇଲ କ୍ଲୋରାଇଡ୍‌‌ (ପିଭିସି), ପଲିଥିଲିନ୍‌‌ (ଶପିଂ ଜରି ଏବଂ ବୋତଲରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ), ଟେକ୍ସଟାଇଲ ଏବଂ ଫାବ୍ରିକରେ ବ୍ୟବହୃତ ପଲିଆମାଇଡ୍‌‌ ୬୬ ପ୍ରମୁଖ ରହିଥିଲା। ଏହି ପ୍ଲାଷ୍ଟିକ ମଣିଷ ଶରୀରକୁ ବିଭିନ୍ନ ମାଧ୍ୟମରେ ପ୍ରବେଶ କରିବା ପରେ ତାହା ରକ୍ତରେ ମିଶିଯାଉଛି, ଯାହା ପରବର୍ତ୍ତୀ ସମୟରେ ରକ୍ତ ଜମାଟ ବାନ୍ଧିବାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହା ସହିତ ରକ୍ତରେ ମାଇକ୍ରୋପ୍ଲାଷ୍ଟିକର କଣିକା ରହିବା ଏବଂ ହୃଦଘାତ ସହିତ ଏହାର ସମ୍ବନ୍ଧ ଜାଣିବା ଲାଗି ସେମାନେ ୨୫୭ ରୋଗୀଙ୍କୁ ନେଇ ଅଧ୍ୟୟନ କରିଥିଲେ। ଯେଉଁମାନଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହିଛି ସେମାନଙ୍କଠାରେ ହୃଦଘାତର ବିପଦ ଅଧ୍ଖଳ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories