www.samajalive.in
Sunday, December 14, 2025
16.1 C
Bhubaneswar

ହୃଦ୍‌‌ଘାତ ଆଶଙ୍କା ବଢ଼଼ାଉଛି ଏହି ଅଭ୍ୟାସ, ହୋଇଯାଆନ୍ତୁ ସାବଧାନ !

ସମାଜ ଡିଜିଟାଲ ଡେସ୍କ: କେବଳ ଭାରତ ନୁହେଁ ସାରା ବିଶ୍ୱରେ ହୃଦ୍‌‌ଘାତରେ ଅଧିକାଂଶ ଲୋକଙ୍କ ପ୍ରାଣହାନି ଘଟୁଛି। ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ହୃଦରୋଗରେ ଲୋକେ ପ୍ରାଣ ହରାଉଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। କମ୍‌‌ ବୟସର ଲୋକମାନେ ବି ଏହାର ଶିକାର ହେଉଛନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ ସାଙ୍ଗକୁ ଅବସାଦ ଏହି ରୋଗର ପ୍ରମୁଖ କାରଣ ବୋଲି ଅନେକଙ୍କୁ ଜଣା ଥିବ। କିନ୍ତୁ ଏହାର ଅନ୍ୟ ଏକ କାରଣ ଠାବ କରିଛନ୍ତି ବିଶେଷଜ୍ଞମାନେ। ଯାହା ହେଉଛି ପ୍ଲାଷ୍ଟିକ। ମଣିଷର ପ୍ଲାଷ୍ଟିକ ବ୍ୟବହାର କରିବାର ଅଭ୍ୟାସ ହୃଦଘାତ ଆଶଙ୍କା ବଢ଼଼ାଉଥିବା ଅଧ୍ୟୟନରୁ ଜଣାପଡ଼ିଛି।

ବିଶେଷଜ୍ଞମାନଙ୍କ ମତରେ ଯେଉଁମାନଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହୁଛି ସେମାନଙ୍କଠାରେ ହୃଦଘାତ ଆଶଙ୍କା ଅଧିକ। ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କିଛି ଲୋକଙ୍କର ହୃତପିଣ୍ଡ ଏବଂ ମସ୍ତିଷ୍କ ଅସ୍ତ୍ରୋପଚାର କରିବା ସମୟରେ ଜମାଟ ବାନ୍ଧିଥିବା ରକ୍ତରୁ ଏହି କଣିକାକୁ ଠାବ କରିଛନ୍ତି। ଧମନୀରୁ ବାହାର କରାଯାଇଥିବା ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହିଥିବା ଦେଖାଯାଇଛି, ଯାହା ହୃଦଘାତର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

- Advertisement -

ଇ-ବାୟୋମେଡିସିନ ଜର୍ନାଲରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ବିଶେଷଜ୍ଞମାନେ ହୃଦଘାତର ଅନ୍ୟ କିଛି କାରଣ ଜାଣିବା ଲାଗି ୩୦ ଜଣ ରେଗାୀଙ୍କ ଉପରେ ଅଧ୍ୟୟନ କରିଥିଲେ। ଏହି ରୋଗୀମାନେ ହୃଦଘାତର ଶିକାର ହୋଇଥିଲେ। ଏହା ସହିତ କିଛି ଏପରି ରୋଗୀ ଥିଲେ ଯେଉଁମାନେ ଡିପ୍‌‌ ଭେନ୍‌‌ ଥ୍ରୋମ୍ବୋସିସ(ଗୋଡ଼ କିମ୍ବା ପେଲ୍‌‌ଭିସରେ ରକ୍ତ ଜମାଟ ବାନ୍ଧିବା)ରେ ପୀଡ଼ିତ। ଏମାନେ ଦୈନନ୍ଦିନ ଜୀବନରେ ନିୟମିତ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରୁଥିଲେ। ପରୀକ୍ଷଣ କରାଯିବା ପରେ ୩୦ ଜଣଙ୍କ ରକ୍ତ ନମୁନାରୁ ୨୪ ନମୁନାରେ ଭିନ୍ନ ଭିନ୍ନ ଆକାରର ମାଇକ୍ରୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଥିଲା। ଏହି ମାଇକ୍ରୋପ୍ଲାଷ୍ଟିକଗୁଡ଼ିକ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ପଲିଭିନାଇଲ କ୍ଲୋରାଇଡ୍‌‌ (ପିଭିସି), ପଲିଥିଲିନ୍‌‌ (ଶପିଂ ଜରି ଏବଂ ବୋତଲରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ), ଟେକ୍ସଟାଇଲ ଏବଂ ଫାବ୍ରିକରେ ବ୍ୟବହୃତ ପଲିଆମାଇଡ୍‌‌ ୬୬ ପ୍ରମୁଖ ରହିଥିଲା। ଏହି ପ୍ଲାଷ୍ଟିକ ମଣିଷ ଶରୀରକୁ ବିଭିନ୍ନ ମାଧ୍ୟମରେ ପ୍ରବେଶ କରିବା ପରେ ତାହା ରକ୍ତରେ ମିଶିଯାଉଛି, ଯାହା ପରବର୍ତ୍ତୀ ସମୟରେ ରକ୍ତ ଜମାଟ ବାନ୍ଧିବାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହା ସହିତ ରକ୍ତରେ ମାଇକ୍ରୋପ୍ଲାଷ୍ଟିକର କଣିକା ରହିବା ଏବଂ ହୃଦଘାତ ସହିତ ଏହାର ସମ୍ବନ୍ଧ ଜାଣିବା ଲାଗି ସେମାନେ ୨୫୭ ରୋଗୀଙ୍କୁ ନେଇ ଅଧ୍ୟୟନ କରିଥିଲେ। ଯେଉଁମାନଙ୍କ ରକ୍ତରେ ମାଇକ୍ରୋପ୍ଲାଷ୍ଟିକ ରହିଛି ସେମାନଙ୍କଠାରେ ହୃଦଘାତର ବିପଦ ଅଧ୍ଖଳ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories