www.samajalive.in
Tuesday, December 9, 2025
23.1 C
Bhubaneswar

ଆମେରିକାରେ କାର ଦୁର୍ଘଟଣା: ୩ ଭାରତୀୟ ବଂଶୋଦ୍ଭବ ମୃତ

ନୂଆଦିଲ୍ଲୀ : ଆମେରିକା ଜର୍ଜିଆ ପ୍ରଦେଶର ଆଲଫାରେଟ୍ଟା ସହରରେ ଏକ କାର ଦୁର୍ଘଟଣାରେ ତିନିଜଣ ଭାରତୀୟ ବଂଶୋଦ୍ଭବ ନାବାଳକଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଆହତ ହୋଇଛନ୍ତି। ମେ ୧୪ ତାରିଖରେ ମାକ୍ସୱେଲର ରୋଡର ୱେଷ୍ଟସାଇଡ୍ ପାର୍କୱେରେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନେ ହେଲେ ଆର୍ଯ୍ୟନ ଜୋଷୀ, ଶ୍ରୀୟା ଆଭସାରଲା ଓ ଅନିଭ ଶର୍ମା। କାର ଚଳାଉଥିବା ଚାଳକ ଓ ଅନ୍ୟ ଆହତ ଜଣଙ୍କ ମଧ୍ୟ ନାବାଳକ। କାର ଚାଳକ ହେଲେ ରିଥୱାକ ସୋମେପାଲି ଓ ଅନ୍ୟ ଜଣଙ୍କ ହେଉଛନ୍ତି ମହମ୍ମଦ ଲିୟାକତ୍। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଦ୍ରୁତ ବେଗ​‌ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories