www.samajalive.in
Saturday, December 6, 2025
15.1 C
Bhubaneswar

ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା, ଲୋକେ ଆଶ୍ବସ୍ତ

ନୂଆଦିଲ୍ଲୀ : ଶୁକ୍ରବାର ଦିଲ୍ଲୀ ଓ ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ବର୍ଷା ହେବା ଫଳରେ ଲୋକଙ୍କୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ଶନିବାର ଓ ରବିବାର ଦୁଇଦିନ ଏଠାରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଆଜକୁ ଦୀର୍ଘ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଆସୁଥିଲା। ଦିନର ତାପମାତ୍ରା ୪୩ ଡିଗ୍ରୀରୁ ୪୭ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହୁଥିବାରୁ ଲୋକେ ହନ୍ତସନ୍ତ ହୋଇପଡୁଥିଲେ। ଏହାସାଙ୍ଗକୁ ଦିଲ୍ଲୀରେ ଉତ୍କଟ ଜଳ ସଙ୍କଟ ସ୍ଥିତିକୁୁ ଅଧିକ ଶୋଚନୀୟ କରିଥିଲା। ବର୍ଷା ଯୋଗୁଁ ଦିଲ୍ଲୀର ଆରକେ ପୁରମ, ମାଲବ୍ୟ ନଗର, ମେହରୌଲି, ପାଲାମ ଅଞ୍ଚଳର ରାସ୍ତାଘାଟ ଜଳମଗ୍ନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ବର୍ଷା ଯୋଗୁଁ ଦିଲ୍ଲୀ ସହରର ତାପମାତ୍ରା ୨୮.୪ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିବା କୁହାଯାଇଛି। ବର୍ଷା ହୋଇଥିଲେ ସୁଦ୍ଧା ମୌସୁମୀ ଏପର୍ଯ୍ୟନ୍ତ ଦିଲ୍ଲୀକୁ ଛୁଇଁନଥିବା ଆଇଏମଡି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଜୁନ ୧୧ରୁ ୧୯ ମଧ୍ୟରେ ଅସହ୍ୟ ଗରମ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories