www.samajalive.in
Saturday, December 6, 2025
15.1 C
Bhubaneswar

ମହାକାଶରୁ ଫେରିପାରୁ ନାହାନ୍ତି ସୁନୀତା

ସମାଜ ଡିଜିଟାଲ ଡେସ୍କ: ମହାକାଶରୁ ଫେରିପାରୁ ନାହାନ୍ତି ସୁନୀତା ୱିଲିୟମ୍‌‌ସ। ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍‌‌ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବତରଣ କରିଥିଲେ। ସେଠାରେ କିଛିଦିନ ରହି ପୁଣି ପୃଥିବୀ ପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଫେରିବା ମିଶନକୁ ସ୍ଥଗିତ କରିଦେଇଛି ନାସା। ଫଳରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଟକି ରହିଛନ୍ତି। ମହାକାଶ ଯାନଟି କେବେ ଫେରିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନି ନାସା। ଯାନର ପରୀକ୍ଷଣ ଏବଂ କିଛି ବୈଷୟିକ ସମସ୍ୟା ଯୋଗୁ ମିଶନ ଆରମ୍ଭରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା।

ଗତ ଜୁନ ୫ ତାରିଖରେ ସୁନୀତା ଏବଂ ୱିଲମୋର ଆଇଏସଏସ ଅଭିମୁଖେ ଉଡ଼ାଣ କରିଥିଲେ। ଷ୍ଟାରଲାଇନର ବୋଇଂ ମହାକାଶଯାନ ପ୍ରଥମ ଥର ଲାଗି ମଷିଣଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି। ୨୦୧୯ ପରଠାରୁ ଏହି ଯାନକୁ ୨ ଥର ମହାକାଶକୁ ପଠାଯାଇଥିଲା, ଯେଉଁଥିରେ କୌଣସି ମହାକାଶଚାରୀ ଯାଇ ନ ଥିଲେ। ବର୍ତ୍ତମାନ ଉକ୍ତ ମହାକାଶ ଯାନରେ କିଛି ତ୍ରୁଟି ସାମ୍ନାକୁ ଆସିଥିବାରୁ ତାହାକୁ ଅତିରିକ୍ତ ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି। ଯେଉଁଥିପାଇଁ ସୁନୀତାଙ୍କ ଫେରିବା ମିଶନକୁ ଏବେ ସ୍ଥଗିତ ରଖାଯାଇଛି। ଏବେ ପ୍ରଶ୍ନ ଉଠୁଛି ସୁନୀନା ଏବଂ ୱିଲମୋରଙ୍କୁ ନେଇ ମହାକାଶ ଯାନଟି କେବେ ଫେରିବ ?

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories