www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରତିଯୋଗିତା ପରୀକ୍ଷାରେ ଦୁର୍ନୀତି ରୋକିବାକୁ ଆସିଲା ଆଇନ: ସର୍ବାଧିକ ୧୦ ବର୍ଷ ଜେଲ୍‌, ୧ କୋଟି ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଭଳି ଦେଖାଦେଇଥିବା ଦୁର୍ନୀତିକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିସହିତ ସମାନ କାରଣରୁ ବିବାଦୀୟ ହୋଇପଡ଼ିଥିବା ୟୁଜିସି-ନେଟ୍‌ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହେଉଥିବା ଏଭଳି ନାମଲେଖା ପ୍ରବେଶିକା ପରୀକ୍ଷାରେ ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ଏକ ଆଇନ କାର୍ଯ୍ୟକାରୀ କରିଛନ୍ତି। ‘ଦି ପବ୍ଲିକ ଏକ୍‌ଜାମିନେସନ (ପ୍ରିଭେସନସନ ଅଫ୍‌ ଅନଫେୟାର ମିନ୍‌ସଦ) ଆଇନ ୨୦୨୪ ନାମରେ ଏହି ବିଧେୟକ ଫେବୃଆରୀରେ ଅନୁଷ୍ଠିତ ସଂସଦ ଅଧିବେଶନରେ ଗୃହୀତ ହୋଇଥିଲା ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜକୁ ଚାରି ମାସ ପୂର୍ବେ ଏହାକୁ ଅନୁମୋଦ ଦେଇଥିଲେ; କିନ୍ତୁ ଏହାର କାର୍ଯ୍ୟକାରିତା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଏବେ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିବା ସହ ଆଇନକୁ କାର୍ଯ୍ୟକାରୀ କରିଛନ୍ତି। ଜୁନ ୨୧ରୁ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଛି ବୋଲି ଶୁକ୍ରବାର ବିଳମ୍ବିତ ରାତିରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
ଆଇନରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଦୁର୍ନୀତି ପାଇଁ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ସମେତ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି), ଏସଏସ୍‌ସି (ଷ୍ଟାଫ୍‌ ସିଲେକସନ ବୋର୍ଡ), ଏନ୍‌ଟିଏ, ରେଳବାଇ ନିଯୁକ୍ତି ବୋର୍ଡ ଏବଂ ବ୍ୟାଙ୍କିଙ୍ଗ୍‌ ନିଯୁକ୍ତି ପ୍ରକ୍ରିୟାରେ ଧରାପଡ଼ି ଦୋଷୀସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି। ଏଭଳି ପରୀକ୍ଷାରେ ଠକେଇ କରୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ରୁ ୫ ବର୍ଷ ଏବଂ ଏଭଳି ସଂଗଠିତ ଅପରାଧରେ ଜଡିତ ବ୍ୟକ୍ତିଙ୍କୁ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ ବୋଲି ଆଇନରେ ଉଲ୍ଲେଖ କରାଯାଇଛି। ବିଭିନ୍ନ ପ୍ରବେଶିକା ପରୀକ୍ଷା
ଆୟୋଜନ କରୁଥିବା ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଆନୁକୂଲ୍ୟରେ ଆୟୋଜିତ ନିଟ୍‌ ପରୀକ୍ଷା ଦୁର୍ନୀତିର ତଦନ୍ତ ଦାୟିତ୍ବ ସିବିଆଇ ଉପରେ ନ୍ୟସ୍ତ କରାଯାଇଛି। ନିଟ୍‌ ଓ ନେଟ୍‌ ଦୁର୍ନୀତି ଚର୍ଚ୍ଚାକୁ ଆସିବା ପରେ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରାଯାଇଛି। ଏ ସମ୍ପର୍କିତ ଆଇନ ପ୍ରଣୟନ ହୋଇସାରିଥିବାବେଳେ ଏପର୍ଯ୍ୟନ୍ତ କାହିଁକି ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ବିରୋଧୀ ପ୍ରଶ୍ନ ଉଠାଇଥିଲେ। ସୂଚନାଯୋଗ୍ୟ, ଉପରୋକ୍ତ ବିଧେୟକ ଫେବୃଆରୀ ୬ରେ ଲୋକସଭାରେ ଏବଂ ୯ରେ ରାଜ୍ୟସଭାରେ ଗୃହୀତ ହୋଇଥିବାବେଳେ ରାଷ୍ଟ୍ରପତି ଫେବୃଆରୀ ୧୨ରେ ଏଥିରେ ମୋହର ମାରିଥିଲେ। ସେହିଦିନଠାରୁ ଏହା ଆଇନରେ ପରିଣତ ହୋଇଥିଲା।
ସର୍ବାଧିକ ୧୦ ବର୍ଷ ଜେଲ୍‌…

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories