www.samajalive.in
Monday, December 8, 2025
14.1 C
Bhubaneswar

ସ୍ନାନ ମଣ୍ଡପରେ ଅଟ୍ଟାଳି ଜଗନ୍ନାଥଙ୍କ ଗଜାନନ ବେଶ

ଆଠଗଡ: ପବିତ୍ର ସୂନାନପୃର୍ଣ୍ଣିମା ଅବସରରେ ଶନିବାର ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ମହାସ୍ନାନ ଓ ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଶ୍ରୀ ଜଗନ୍ନାଥଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିଥିବାବେଳେ ଏଥିରେ ତାଙ୍କୁ ବଡପଣ୍ଡା ଶରତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ସେବାୟତ ସହାୟତା କରିଥିଲେ । ପ୍ରତ୍ୟୁଷରେ ଦ୍ୱାରଫିଟା, ମଙ୍ଗଳ ଆଳତୀ, ରୋଷହୋମ, ଚକାଛଡା ନୀତି ପରେ ତଡପଲାଗି ଓ ବିଜୟ ଆଳତୀ କରାଯାଇଥିଲା ।
ପରେ ପରେ ସେବାୟତମାନେ ଗୋଟି ପହଣ୍ଡିରେ ଶ୍ରୀ ଜଗନ୍ନାଥଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ସ୍ନାନ ମଣ୍ଡପରେ ଶ୍ରୀ ଜୀଉଙ୍କୁ ୧୦୮ କଳସ ଜଳରେ ମହାସ୍ନାନ ନୀତି ସମ୍ପନ୍ନ କରାଯିବା ପରେ ବାଳଭୋଗ ଓ ଆଳତୀ ସହିତ ହାତୀ ବେଶରେ ସଜ୍ଜିତ କରାଯାଇଥିଲା । ତତପରେ ଶଙ୍ଖୁଡ଼ି ଭୋଗ ଲାଗି ଓ ଆଳତୀ ସରିବା ପରେ ହାତୀ ବେଶରେ ଶ୍ରୀ ଜଗନ୍ନାଥଙ୍କୁ ସର୍ବସାଧାରଣ ଦର୍ଶନ କରିଥିଲେ ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories