www.samajalive.in
Tuesday, December 9, 2025
16.1 C
Bhubaneswar

ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିକୁ ନବୀନଙ୍କ ଜବାବ: ‘ସେମାନେ ବୁଦ୍ଧିମତ୍ତା ବ୍ୟବହାର କରନ୍ତୁ’

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ବିଭିନ୍ନ ସମୟରେ ବିଜେପି ପ୍ରଶ୍ନ ଉଠାଉଛି। ଭିଡିଓରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାର କରାଯାଉଥିବା ବିଜେପି ନେତାମାନେ କହୁଛନ୍ତି। ବିଜେପିର ଏଭଳି ଅଭିଯୋଗକୁ ହସରେ ଉଡ଼ାଇ ଦେଇଛନ୍ତି ନବୀନ। ଏହାସହ ବିଜେପିର ବୁଦ୍ଧିମତ୍ତାକୁ ସେ ତାଚ୍ଛଲ୍ୟ କରିଛନ୍ତି। ନବୀନଙ୍କ ଏହି ଭିଡିଓଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରିଛନ୍ତି। ଏହି ଭିଡିଓରେ ଶ୍ରୀ ପାଣ୍ଡିଆନ୍‌ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଏଆଇର ବ୍ୟବହାର କରୁଛନ୍ତି। ଉତ୍ତରରେ ନବୀନ କହିଛନ୍ତି, ଭଲକଥା। ସେମାନେ ନିଜ ବୁଦ୍ଧିମତ୍ତାର ବ୍ୟବହାର କରନ୍ତୁ। ନବୀନଙ୍କ କେଇ ସେକେଣ୍ଡର ଏହି ଭିଡିଓ ପ୍ରଘଟ ହେବାରେ ଲାଗିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories