www.samajalive.in
Wednesday, December 10, 2025
18.1 C
Bhubaneswar

ଜାଣନ୍ତୁ ଜୁନ୍ ୧ରୁ ଡିଏଲ୍ ପାଇଁ କଣ ରହିଛି ନୂଆ ନିୟମ

ନୂଆଦିଲ୍ଲୀ : ଗାଡ଼ି ଚାଳନା ଅନୁମତି ପତ୍ର(ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ୍‌) ପ୍ରଦାନ ପ୍ରକ୍ରିୟାରେ କେତେକ ସମସ୍ୟା ଦୂର ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଏହି ନୂତନ ନିୟମ ଜୁନ୍‌ ୧ରୁ ଲାଗୁ ହେବ। ନୂତନ ନିୟମ ଅନୁଯାୟୀ, ଆବେଦକଙ୍କ ନିକଟରେ ନିଜ ପସନ୍ଦର ନିକଟତମ କେନ୍ଦ୍ରରେ ଗାଡ଼ି ଚାଳନା ପରୀକ୍ଷା ଦେବାର ବିକଳ୍ପ ରହିବ। ଭାରତରେ ଡ୍ରାଇଭିଂ ଲାଇସେନ୍ସ ପାଇବା ଏକ କଷ୍ଟଦାୟକ ପ୍ରକ୍ରିୟା। ଜଣେ ଆବେଦନକାରୀ ବିଭିନ୍ନ ଫର୍ମ ପୂରଣ କରିବେ ଏବଂ ଏକାଧିକ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବେ। ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାର ଅମଲାତାନ୍ତ୍ରିକ ଜଟିଳତା ମଧ୍ୟ ଦୁର୍ନୀତି ବଢ଼ାଇଥାଏ, ଯାହା ଶେଷରେ ସଡ଼କ ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ। ଏପରି ତ୍ରୁଟି ହଟାଇବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିୟମରେ ପ୍ରମୁଖ ପରିବର୍ତ୍ତନ ଆଣିଛି, ଯାହା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାକୁ ସରଳ କରିବ। ନୂଆ ନିୟମାନୁଯାୟୀ, ଆବେଦନକାରୀଙ୍କ ନିକଟରେ ବିକଳ୍ପ ରହିବ ଯେ ସେମାନେ ପାରମ୍ପରିକ ଭାବେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଯାଇ ପରୀକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ନିକଟରେ ଥିବା ନିଜ ପସନ୍ଦର କେନ୍ଦ୍ରରେ ଗାଡ଼ି ଚାଳନା ପରୀକ୍ଷା ଦେଇପାଇବେ। ଗାଡ଼ି ଚାଳନା ପରୀକ୍ଷା କରିବାକୁ ଅନୁମତି ପାଇଥିବା ବେସରକାରୀ ସଂସ୍ଥାଙ୍କୁ ସରକାର ପ୍ରମାଣପତ୍ର ପ୍ରଦାନ କରିବେ। ଏଥିସହ ବୈଧ ଅନୁମତି ପ୍ରମାଣପତ୍ର ବିନା ଗାଡ଼ି ଚଳାଇବା ପାଇଁ ଦଣ୍ଡ କଠୋର କରାଯାଇଛି। ଏଣିକି ୧,୦୦୦ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ସେହିପରି ଯଦି ଜଣେ ନାବାଳକ ଗାଡ଼ି ଚଳାଉଥିବା ଦେଖାଯାଏ, ତେବେ ତାଙ୍କ ପିତାମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ୨୫,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ। ଏଥିସହ ଗାଡ଼ିର ପଞ୍ଜୀକରଣ ମଧ୍ୟ ବାତିଲ କରାଯିବ। ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆବଶ୍ୟକ କାଗଜପତ୍ରକୁ ନିର୍ଦ୍ଦିଷ୍ଟ ଆବଶ୍ୟକତା ସହିତ ସୁବ୍ୟବସ୍ଥିତ କରାଯାଇଛି। ଏହାର ଅର୍ଥ ମନ୍ତ୍ରଣାଳୟ ଆବେଦନକାରୀଙ୍କୁ ସେମାନେ ପାଇବାକୁ ଚାହୁଁଥିବା ଲାଇସେନ୍ସ ପ୍ରକାର ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ କାଗଜପତ୍ର ବିଷୟରେ ପୂର୍ବରୁ ଜଣାଇବେ। ତେବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବାର ପ୍ରକ୍ରିୟା ପୂର୍ବଭଳି ସମାନ ରହିଛି। ଆବେଦନକାରୀ ଉଭୟ ଅନ୍‌ଲାଇନ୍‌ ଓ ଆର୍‌ଟିଓରେ ଆବେଦନ କରିପାରିବେ। ଏଥିସହ ପ୍ରଦୂଷଣ କମାଇବା ପାଇଁ ମନ୍ତ୍ରଣାଳୟ ୯,୦୦୦ ପୁରୁଣା ସରକାରୀ ଗାଡ଼ିକୁ ପର୍ଯ୍ୟାୟକ୍ରମେ ହଟାଇବାକୁ ଯୋଜନା କରୁଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories