www.samajalive.in
Monday, December 15, 2025
17.1 C
Bhubaneswar

କୁନୋ ପାର୍କରୁ ଚମ୍ପଟ ମାରିଲା ଆଉ ଏକ ଚିତା…

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ଖସି ପଳାଇଥିବା ଜଣାପଡିଛି। ରବିବାର ଉକ୍ତ ଚିତାକୁ ଗୋୱାଲିୟରରେ ଠାବ କରାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ଗୋୱାଲିୟର ଓ ମୋରେନା ଜିଲାର କୃଷକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୁନୋ ଜାତୀୟ ପାର୍କ ଓ ବନ ବିଭାଗ କର୍ମଚାରୀମାନେ ଚିତାର ଗତିବିଧି ଉପରେ କଡା ନଜର ରଖିଛନ୍ତି। ଚଳିତମାସ ୪ରେ କୁନୋ ପାର୍କରୁ ପବନ ନାମକ ଅଣ୍ଡିରା ଚିତା ପଳାଇ ଯାଇଥିବାବେଳେ ତାକୁ ରାଜସ୍ଥାନର କାରୋଲି ଜିଲାରେ ଠାବ କରାଯାଇ ପୁଣି ପାର୍କକୁ ଅଣାଯାଇଥିଲା। ଭାରତରେ ବିଲୁପ୍ତ ହୋଇପଡିଥିବାରୁ ଚିତା ବଂଶ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ୨୦୨୨ ସେପ୍ଟେମ୍ବରରେ ନାମ୍ବିଆରୁ ପ୍ରଥମ ଦଫାରେ ୮ଟି ଚିତା ଭାରତ ଅଣାଯାଇଥିଲା। ୨୦୨୩ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଦ୍ବିତୀୟ ଦଫାରେ ଆଉ ୧୨ଟି ଚିତା ଅଣାଯାଇ ସମସ୍ତଙ୍କୁ କୁନୋ ପାର୍କରେ ଛଡାଯାଇଥିଲା। ଭାରତ ଅଣାଯିବା ପରେ ଏପର୍ଯ୍ୟନ୍ତ ୧୪ ଚିତା ଶାବକ ଜନ୍ମଗ୍ରହଣ କରିଛନ୍ତି। ଇତିମଧ୍ୟରେ ୭ଟି ଚିତା ପ୍ରାଣ ହରାଇଥିବାବେଳେ କୁନୋରେ ଚିତାଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories