www.samajalive.in
Sunday, December 7, 2025
26.1 C
Bhubaneswar

ଆଉ କାମ କରିବ ନାହିଁ ଗୁଗଲ ପେ : ୪ ଜୁନରୁ ଏଠାରେ ବନ୍ଦ ହୋଇଯିବ..

ନୂଆଦିଲ୍ଲୀ : ଗୁଗଲର ଗୁଗଲ ପେ ସେବାକୁ ଭାରତ ସମେତ ଅନେକ ଦେଶରେ ଅନଲାଇନ ପେମେଣ୍ଟ କରିବା ପାଇଁ ବ୍ୟବହାର କରାଯାଇଥାଏ। ୨୦୨୨ରେ ଗୁଗଲ ୱାଲେଟ୍ ଆସିବା ପରେ ଜି ପେ ବ୍ୟବହାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଅନଲାଇନରେ ଟଙ୍କା ନେଣଦେଣ ପାଇଁ ଏହା ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ପାଲଟି ସାରିଛି। ଗୁଗଲ ୪ ଜୁନ୍ ୨୦୨୪ରୁ ଗୁଗଲ ପେକୁ ବନ୍ଦ କରିବାକୁ ଯାଉଛି। ଏହି ଖବର ଅନଲାଇନରେ ଟଙ୍କା ନେଣଦେଣ କରୁଥିବା ବ୍ୟବହାରକାରୀଙ୍କ ଚିନ୍ତା ବଢାଇ ଦେଇଛି। ଜିପେ ବନ୍ଦ ହେବ ଏହି ଖବର ସଠିକ୍। ଗୁଗଲ ପକ୍ଷରୁ ଏହି ଖବର ନିଶ୍ଚିତ କରାଯାଇଛି। ଜାଣନ୍ତୁ ଗୁଗଲର ଏହି ନିଷ୍ପତ୍ତି କେଉଁ ଦେଶକୁ ପ୍ରଭାବିତ କରିବାକୁ ଯାଉଛି।

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

- Advertisement -

ଗୁଗଲ ନିଜ ଗୁଗଲ ପେର ସେବା ବନ୍ଦ କରିବାକୁ ଯାଉଛି। ମାତ୍ର ଗୁଗଲର ଏହି ନିଷ୍ପତ୍ତି ଦ୍ୱାରା ଭାରତୀୟଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଗୁଗଲ ଆମେରିକାରେ ୪ ଜୁନ୍ ୨୦୨୪ରୁ ଗୁଗଲ ପେ ସେବା ଉପରେ ରୋକ୍ ଲଗାଇବ।
୪ ଜୁନ୍ ପରେ ଗୁଗଲ ଆପ୍ କେବଳ ଭାରତ ଓ ସିଙ୍ଗାପୁରରେ କାର୍ଯ୍ୟ କରିବ। ମାତ୍ର ଅନ୍ୟ ଦେଶରେ ଏହାର ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯିବ। କମ୍ପାନୀ ଅନୁଯାୟୀ ସମସ୍ତ ବ୍ୟବହାରକାରୀ ଗୁଗଲ ୱାଲେଟକୁ ସ୍ଥାନାନ୍ତର କରି ଦିଆଯିବ। ଆମେରିକାରେ ଏହି ତାରିଖ ପରେ ଗୁଗଲ ପେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯିବ।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ଆମେରିକୀୟ ବ୍ୟବହାରକାରୀ ଗୁଗଲ ପେ ସେବା ବନ୍ଦ ହେବା ପରେ ଟଙ୍କା ପଠାଇପାରିବେ ନାହିଁ କି ଗ୍ରହଣ କରି ପାରିବେ ନାହିଁ। ଗୁଗଲ ପକ୍ଷରୁ ସମସ୍ତ ଆମେରିକୀୟ ବ୍ୟବହାରକାରୀଙ୍କୁ ଗୁଗଲ ୱାଲେଟକୁ ସ୍ଥାନାନ୍ତର ହେବା ପାଇଁ କହିଛି।
ଗୁଗଲ ୱାଲେଟକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି। କମ୍ପାନୀ ଏହାର ଏକ ବ୍ଲଗରେ କହିଛି ପ୍ରାୟ ୧୮୦ ଦେଶରେ ଗୁଗଲ ପେ ସେବାକୁ ହଟା ଯାଇ ତା’ ବଦଳରେ ଗୁଗଲ ୱାଲେଟରେ ଏହି ସେବା ପ୍ରଦାନ କରାଯିବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories