www.samajalive.in
Sunday, December 14, 2025
26.1 C
Bhubaneswar

ଆଉ ଚିନ୍ତା ନାହିଁ ; ବିନା ଇଣ୍ଟରନେଟରେ ୟୁଟ୍ୟୁବରେ ଦିନ-ରାତି ଏମିତି ଦେଖିପାରିବେ ଭିଡିଓ..

ନୂଆଦିଲ୍ଲୀ : ୟୁଟ୍ୟୁବ୍ ସାରା ଦୁନିଆରେ ସବୁଠାରୁୁ ଅଧିକ ବ୍ୟବହାର କରାଯାଉଥିବା ତଥା ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଙ୍ଗ୍ ଆପ୍। କାରଣ ୟୁଟ୍ୟୁବରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁଙ୍କ ମନ ମୁତାବକ ଭିଡିଓ ରହିଛି। ୟୁଟ୍ୟୁବରେ ଭିଡିଓ ଦେଖିବା ଠାରୁ ଆରମ୍ଭ କରି ଗୀତ ଶୁଣିବା ପର୍ଯ୍ୟନ୍ତ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ପ୍ଲାଟଫର୍ମରୁ ଗୋଟିଏ। ମାତ୍ର ଅନେକ ଥର ଇଣ୍ଟରନେଟ୍ କିମ୍ବା ଡାଟା ଶେଷ ହୋଇଯିବା ପରେ ୟୁଟ୍ୟୁବରେ ଭିଡିଓ ଦେଖିବା ସମ୍ଭବ ହୋଇନଥାଏ। ତେବେ ଏହି ପରିସ୍ଥିତିର ସାମ୍ନା କରୁଥିଲେ, ତାହା ଚିନ୍ତା କରିବାକୁ ପଡିବ ନାହିଁ। ବିନା ଇଣ୍ଟରନେଟରେ ୟୁଟ୍ୟୁବରେ କିଭଳି ଭିଡିଓ ଦେଖି ପାରିବେ, ସେ ବିଷୟରେ ଏକ ଖାସ୍ ଶୈଳୀ ବିଷୟରେ ଜାଣନ୍ତୁ..

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..


ୟୁଟ୍ୟୁବ୍ ଆପଣଙ୍କୁ ଭିଡିଓକୁ ଆପରେ ହିଁ ସେଭ୍ କରିବା ପାଇଁ ଅନୁମତି ଦେଇଥାଏ। ଯାହାଦ୍ୱାରା ଆପଣ ତାହାକୁ ବିନା ଇଣ୍ଟନେଟରେ ମଧ୍ୟ ୨ୟ ଥର ଦେଖିପାରିବେ। ନିଜ ଇଚ୍ଛା ମୁତାବକ ନିଜ ଫୋନ୍ ଷ୍ଟୋରେଜରେ ମଧ୍ୟ ଭିଡିଓକୁ ଏଚଡିରେ ଡାଉନଲୋଡ୍ କରି ପାରିବେ।

- Advertisement -

ୟୁଟ୍ୟୁବରେ ଭିଡିଓ ବିନା ଇଣ୍ଟରନେଟରେ ଏମିତି ଦେଖନ୍ତୁ..
୧- ଏଥିପାଇଁ ଆପଣ ଯେଉଁ ୟୁଟ୍ୟୁବ ଭିଡିଓକୁ ଅଫଲାଇନ ମୋଡରେ ସେଭ୍ କରିବାକୁ ଚାହାଁନ୍ତି, ତାହାକୁ ପ୍ଲେ କରନ୍ତୁ।
୨- ଏହାପରେ ତଳ ଆଡକୁ ଆପଣଙ୍କୁ ଡାଉନଲୋଡର ଅପସନ୍ ନଜର ଆସିବ। ଏଥିରେ କ୍ଲିକ୍ କରନ୍ତୁ।
୩- ଏବେ ଯେଉଁ କ୍ୱାଲିଟିରେ ୟୁଟ୍ୟୁବ ଭିଡିଓ ସେଭ୍ କରିବାକୁ ଚାହାଁନ୍ତି, ଏହାର ଅପସନ୍ ଆସିବ।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

୪- ଏହାକୁ ଆପଣ ନିଜର ଇଣ୍ଟନେଟ କିମ୍ବା ୱାଇ-ଫାଇ ଅନୁଯାୟୀ ଲୋ (୧୪୪ପି), ମିଡିୟମ (୩୬୦ପି), ହାଏ (୭୨୦ପି), ଫୁଲ୍ ଏଚଡି (୧୦୮୦ପି)ର ଅପସନ୍ ଚୟନ କରନ୍ତୁ।
୫- ଯେଉଁ କଣ୍ଟେଟ ଡାଉନଲୋଡ୍ ହେବ ଏହାକୁ ୟୁଟ୍ୟୁବର ଲାଇବ୍ରେରୀ ବିଭାଗରେ ଦେଖିପାରିବେ। ତଳକୁ ନିଜର ଫ୍ରୋଫାଇଲ୍ ଆଇକନରେ କ୍ଲିକ୍ କରିବାକୁ ପଡିବ। ଏଠାକୁ ଯାଇ ଡାଉନଲୋଡ ଅପସନ୍ ଦେଖାଯିବ। ଏହାକୁ କ୍ଲିକ୍ କରି ଆପଣ ସେଭ୍ କରିଥିବା ଭିଡିଓକୁ ଦେଖିପାରିବେ।
ୟୁଟ୍ୟୁବ ଭିଡିଓ ଅଫଲାଇନ ମୋଡରେ କେତେ ପରିମାଣରେ ସେଭ୍ ହେବ ତାହା ଆପଣଙ୍କ ଫୋନର ଇଣ୍ଟରନଲ୍ ଷ୍ଟୋରେଜ୍ ଉପରେ ନିର୍ଭର କରିଥାଏ। ଅର୍ଥାତ ଆପଣ ଯେତେ ୟୁଟ୍ୟୁବ୍ ଭିଡିଓକୁ ସେଭ୍ କରିବେ ଏଥିପାଇଁ ଫୋନରେ ଷ୍ଟୋରେଜ୍ ଥିବା ଆବଶ୍ୟକ।

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories