www.samajalive.in
Tuesday, December 9, 2025
15.1 C
Bhubaneswar

ବୌଦ୍ଧ ପୁଲିସ୍ କବଜାରେ ୧୪ ନାବାଳକ

ବୌଦ୍ଧ : ବୌଦ୍ଧ ପୁଲିସ୍ କବଜାରେ ୧୪ ନାବାଳକ। ବୌଦ୍ଧ ଥାନା ଅନ୍ତର୍ଗତ ନୂଆପଡା ,କରଡି,ଖଜୁରିପଡା, ମଥୁରା ଆଖପାଖ ୫ ଖଣ୍ଡ ଗାଁରୁ ପୁଲିସ୍ ୧୪ ଜଣ ନାବାଳକଙ୍କୁ ଘରୁ ଉଠାଇ ଆଣିଛି । ମାତ୍ର  ପରିବାର ଲୋକଙ୍କୁ ଜଣାନାହିଁ କେଉଁ କାରଣ ଯୋଗୁଁ ପୁଲିସ ପିଲାମାନଙ୍କୁ ଉଠାଇ ଆଣିଛି। ଘଟଣାକୁ ନେଇ ୫ ଖଣ୍ଡ ଗାଁ ଲୋକ ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ପିଲାମାନଙ୍କୁ ଛଡାନଯାଇଛି ସେ ପର୍ଯ୍ୟନ୍ତ ଧାରଣା ସ୍ଥଳରୁ ଉଠିବେ ନାହିଁ ବୋଲି ପରିବାର ଲୋକ ଚେତାବନୀ ଦେଇଛନ୍ତି । ସେପଟେ ଏକ ବସର କାଚ ଭଙ୍ଗା ରୁଜାକୁ ନେଇ ହୋଇଥିବା ମାମଲାରେ ସମସ୍ତଙ୍କୁ ଅଟକ ରଖାଯାଇଥିବା କହିଛନ୍ତି ବୋୖଦ୍ଧ ସଦର ଥାନା ଅଧିକାରୀ । ମାମଲାକୁ ନେଇ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories