www.samajalive.in
Tuesday, December 9, 2025
16.1 C
Bhubaneswar

ମଦନ ଡ୍ରେସ ହାଉସରେ ଅଗ୍ନିକାଣ୍ଡ :ଲକ୍ଷାଧିକ ଟଙ୍କା ମୂଲ୍ୟର ପୋଷାକ ଜଳିଗଲା

ରସୁଲପୁର : ରସୁଲପୁର ବ୍ଲକ ଅଞ୍ଚଳର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ରସ୍ଥଳ ହରିପୁର ବଜାରରେ ଥିବା ମହେଶ୍ୱର ପୁର ଗ୍ରାମର ରାଜେଶ କୁମାର ପାତ୍ରଙ୍କ ଏକ ପ୍ରତିଷ୍ଠିତ ପୋଷାକ ବିକ୍ରୟ ଦୋକାନ ମଦନ ଡ୍ରେସ ହାଉସରେ ମଙ୍ଗଳବାର ରାତି ପ୍ରାୟ ୯ଟା ୪୫ ମିନିଟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଦାମୀ ପୋଷାକ ପତ୍ର ପୋଡି ଯାଇଛି।‌ ଖବର ପାଇ ରସୁଲପୁର ଓ ବରୁହା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଯୁବ ସଂଗଠକ ସ୍ମୃତି ଶେଖର ପଟ୍ଟନାୟକ ଓ ସ୍ଥାନୀୟ ବ୍ୟବସାୟୀ ନିଆଁ ଲିଭା କାର୍ୟ୍ୟରେ ସହାୟତା କରିଥିଲେ। କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories