ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଲଢ଼ିବେ ୧୭୧୭
ଓଡ଼ିଶାର ୪ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ୩୭ ପ୍ରାର୍ଥୀ
ଡେସ୍କ: ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ହଜାର ୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଥିବା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସଂସଦୀୟ କ୍ଷେତ୍ର ପାଇଁ ମୋଟ ୪ ହଜାର ୨୬୪ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା।ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ଯାଞ୍ଚ ପରେ ୧ ହଜାର ୯୭୦ଟି ନାମାଙ୍କନ ବୈଧ ରହିଥିଲା।
ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୭୫ଟି ନାମାଙ୍କନ ଦାଖଲ ହୋଇଥିବା ବେଳେ ନାମାଙ୍କନପତ୍ର ଯାଞ୍ଚ ପରେ ୩୮ଟି ପ୍ରାର୍ଥୀପତ୍ର ବୈଧ ରହିଥିଲା। ତେବେ ନିର୍ବାଚନରେ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଚତୁର୍ଥ ପର୍ଯ୍ୟାୟରେ ତେଲଙ୍ଗାନାରେ ୧୭ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୧୪୮୮ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ୨୫ଟି ସଂସଦୀୟ କ୍ଷେତ୍ରରୁ ୧୧୦୩ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ତେଲଙ୍ଗାନାର ୭-ମାଲକାଜଗିରି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୧୭୭ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିବା ବେଳେ ସେହି ରାଜ୍ୟରେ ୧୩ଟି ନାଲଗୋଣ୍ଡା ଓ ୧୪ଟି ଭୋଙ୍ଗିରରେ ୧୧୪ଟି ଲେଖାଏଁ ନାମାଙ୍କନ ଫର୍ମ ଦାଖଲ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟ ପାଇଁ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ହେଉଛି ୧୮।
ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଭିତ୍ତିକ ବିବରଣୀ:
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ | ଚତୁର୍ଥ ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ସଂଖ୍ୟା | ନାମାଙ୍କନ ଫର୍ମ ପ୍ରାପ୍ତ ହୋଇଛି | ଯାଞ୍ଚ ପରେ ବୈଧ ପ୍ରାର୍ଥୀ | ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ |
ଆନ୍ଧ୍ରପ୍ରଦେଶ | ୨୫ | ୧୧୦୩ | ୫୦୩ | ୪୫୪ |
ବିହାର | ୫ | ୧୪୫ | ୫୬ | ୫୫ |
ଜମ୍ମୁ ଓ କଶ୍ମୀର | ୧ | ୩୯ | ୨୯ | ୨୪ |
ଝାଡ଼ଖଣ୍ଡ | ୪ | ୧୪୪ | ୪୭ | ୪୫ |
ମଧ୍ୟପ୍ରଦେଶ | ୮ | ୧୫୪ | ୯୦ | ୭୪ |
ମହାରାଷ୍ଟ୍ର | ୧୧ | ୬୧୮ | ୩୬୯ | ୨୯୮ |
ଓଡ଼ିଶା | ୪ | ୭୫ | ୩୮ | ୩୭ |
ତେଲଙ୍ଗାନା | ୧୭ | ୧୪୮୮ | ୬୨୫ | ୫୨୫ |
ଉତ୍ତର ପ୍ରଦେଶ | ୧୩ | ୩୬୦୧ | ୩୮ | ୧୩୦ |
ପଶ୍ଚିମବଙ୍ଗ | ୮୧ | ୩୮ | ୭୫ | ୭୫ |
ସମୁଦାୟ | ୯୬ | ୪୨୬୪ | ୧୯୭୦ | ୧୭୧୭ |
Comments are closed.