www.samajalive.in
Monday, December 8, 2025
16.1 C
Bhubaneswar

ପ୍ରବଳ ଗରମରେ ପିଅନ୍ତୁ ଆମ୍ବ ପଣା: ଘରେ ଏମିତି କରନ୍ତୁ ପ୍ରସ୍ତୁତ

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଛଟପଟ ହେଉଛନ୍ତି। ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଗରମ ଓ ଗୁଳୁଗୁଳି ଯୋଗୁ ଲୋକମାନେ ଥଣ୍ଡା ଜାତୀୟ ଖାଦ୍ୟ ଏବଂ ପାନୀୟ ଜଳ ପାଇବାକୁ ଭଲ ପାଉଛନ୍ତି। ଖରାରେ ବାହାରକୁ ଗଲେ ବେଲ ପଣା ହେଉ କି ଆମ୍ବ ପଣା, କିମ୍ବା ତରଭୁଜ ଖାଇବାକୁ ପସନ୍ଦ କରୁଛନ୍ତି। ତେବେ ଯଦି ଆପଣ ଖରାରେ ବାହାରକୁ ଯାଉନାହାଁନ୍ତି ଘରେ ସ୍ୱାଦିଷ୍ଟ ଆମ୍ବ ପଣା ପ୍ରସ୍ତୁତ କରି ପିଇପାରିବେ। ଆମ୍ବ ପଣା କେବଳ ଗରମରୁ ଆଶ୍ୱସ୍ତି ଦେବ ତାହା ନୁହେ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ପେଟରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟା ଥିଲେ ଲୋକମାନେ ଆମ୍ବ ପଣା ପିଇବା ଦ୍ୱାରା ଭଲ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଘରେ କିଭଳି ପ୍ରସ୍ତୁତ କରିବେ ଆମ୍ବ ପଣା
କଞ୍ଚା ଆମ୍ବ -୧
ପୁଦିନା ପତ୍ର- ୧୦/୧୨ଟା
ଚିନି- ସ୍ୱାଦ ଅନୁସାରେ
କଳା ଲୁଣ- ଅଧା ଚାମଚ
ଜିରା ପାଉଡର – ଅଧା ଚାମଚ
ପାଣି

- Advertisement -

ପ୍ରସ୍ତୁତି ପ୍ରଣାଳୀ:
କଞ୍ଚା ଆମ୍ବକୁ ଭଲ ଭାବରେ ଧୋଇ ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଗୋଟିଏ କିମ୍ବା ୨ଟି ସିଟି ଦିଅନ୍ତୁ। ସିଝିଲା ପରେ ସେଥିରୁ ଚୋପା ବାହାର କରିଦେଇ ଗ୍ରାଇଣ୍ଡରେ ପୁଦିନା ପତ୍ର, ଚିନି, କଳା ଲୁଣ, ଜିରା ପଉଡର ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ। ଏବେ ଗୋଟିଏ ଲିଟର ପାଣିରେ ଏହି ମିକ୍ସରକୁ ମିଶାଇ ଦିଅନ୍ତୁ। ଗ୍ଲାସରେ ଏହାକୁ ରଖି ଫ୍ରିଜରେ ଥଣ୍ଡା ହେବାକୁ ୧୦ରୁ ୨୦ମିନିଟ ରଖି ଦିଅନ୍ତୁ। ଏହାପରେ ଆମ୍ବ ପଣାକୁ କାଢି ପରଷି ଦିଅନ୍ତୁ।

ଆମ୍ବ ପଣା ଶରୀରକୁ ହାଇଡ୍ରେଟ୍‌‌ ରଖେ। ଗ୍ରୀଷ୍ମ ପ୍ରବାହ ଯୋଗୁ ଅତ୍ୟଧିକ ଝାଳ ବୋହୁଥିବାରୁ ଶରୀରରେ ଜଳ ଅଭାବ ଦେଖା ଦେଇଥାଏ। ଶରୀରକୁ ହାଇଡ୍ରେଟ୍‌‌ ରଖିବାରେ ଆମ୍ବ ପଣା ବେଶ ଲାଭଦାୟକ। ଏଥିରେ ଭିଟାମିନ୍‌‌ ଏ, ସି ଏବଂ ଆଇରନ୍‌‌ ପରି ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories