www.samajalive.in
Tuesday, December 9, 2025
19.1 C
Bhubaneswar

୨୦୧୯ର ଲୋମଟାଙ୍କୁରା ଘଟଣା – ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଡେସ୍କ: ୨୦୧୯ ମସିହାରେ ନୟାଗଡ଼ ଓଡ଼ଗାଁରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ମାମଲାରେ ଆଜି ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦଣ୍ଡାଦେଶ କରିଛନ୍ତି। ମାମଲାରେ ପୁଲିସର ତଦନ୍ତ ରିପୋର୍ଟ ଓ ୨୭ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ବିଚାରପତି ଅଭିଯୁକ୍ତ ନିରଞ୍ଜନ ମଳିକ ଓରଫ ନଣ୍ଡାକୁ ଫସି ଦଣ୍ଡାଦେଶ କରିଛନ୍ତି। ଏହାଛଡା ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ଘୋଷଣା ଆବେଦନ, ଶୁଣାଣି ବିଳମ୍ବ କଲେ ଦିଲ୍ଲୀ ହାଇକୋର୍ଟ

- Advertisement -

୨୦୧୯ର ଲୋମଟାଙ୍କୁରା ଘଟଣା
୨୦୧୯ ମସିହା ଜାନୁଆରି ୧୭ ତାରିଖ ବିଳମ୍ବିତ ରାତିରେ ଓଡ଼ଗାଁ କୃଷକ ବଜାରର ରାତ୍ର ଜଗୁଆଳ ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ବସଷ୍ଟାଣ୍ଡ ନିକଟରେ ଥିବା ସମୟରେ ଅଭିଯୁକ୍ତ ସାକେରୀ ପଞ୍ଚାୟତ କୁଶଢିପି ଗ୍ରାମର ନିରଞ୍ଜନ ମଳିକ ଓରଫ ନଣ୍ଡା ଜୀବନରୁ ମାରି ଦେବା ଉଦ୍ଦେଶ୍ୟ ନେଇ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଫଳରେ ତ୍ରିଲୋଚନ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଲୋଚନଙ୍କୁ ଉଦ୍ଧାର କରି ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

ଠିକ ସେହି ଦିନ ରାତି ୩ଟା ସମୟରେ ଅଭିଯୁକ୍ତ ନିରଞ୍ଜନ ସିନେମା ହଲର ବଦନୀ ପ୍ରଧାନ ଓ ସ୍ୱାମୀ ବୀର ପ୍ରଧାନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅ ସୁଲୋଚନା ପ୍ରଧାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ବଦନୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଝିଅ ସୁଲୋଚନା ଗୁରୁତର ଆହତ ହୋଇଥିଲେ। ଅଭିଯୁକ୍ତ ନିରଞ୍ଜନ ମଧ୍ୟ ସେଦିନ ରାତିରେ ଓଡ଼ଗାଁର ଦାମୋଦର ସାହୁ ଓ ଅମୁଲି ବାରିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏ ନେଇ ତ୍ରିଲୋଚନଙ୍କ ପୁଅ ମନୋଜ ସେଠୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୦୩/୧୯ରେ ହତ୍ୟା ମାମଲା ପଞ୍ଜିକୃତ କରି ଘଟଣାର ଅନୁସନ୍ଧାନ କରିଥିଲା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories