www.samajalive.in
Monday, December 15, 2025
16.1 C
Bhubaneswar

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇଛନ୍ତି। ଧର୍ମ, ଜାତି, ସମ୍ପ୍ରଦାୟ ଓ ଭାଷା ଆଧାରରେ ପରସ୍ପରର ନେତାମାନେ ଘୃଣା ଓ ବିଭାଜନ ପ୍ରସାର କରୁଛନ୍ତି ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନ ବିଜେପି-କଂଗ୍ରେସକୁ ନୋଟିସ ଜାରି କରି ଏପ୍ରିଲ ୨୯ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ମାଗିଛନ୍ତି।

https://samajalive.in/sonapur-bjp-vijay-sankalpa-samaroha-news-090090/555816.html

- Advertisement -

ନିର୍ବାଚନ ଆୟୋଗ ଜନପ୍ରତିନିଧି ଆଇନର ଧାରା ୭୭ ପ୍ରୟୋଗ କରି ଦଳୀୟ ଅଧ୍ୟକ୍ଷମାନଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଜବାବ ଦେବାକୁ କୁହାଯାଇଛି। ଏପ୍ରିଲ ୨୯ ସୁଦ୍ଧା ଜବାବ ଦେବା ସହ ଷ୍ଟାର ପ୍ରଚାରକମାନଙ୍କୁ ଆଚରଣ ବିଧି ପାଳନ କରିବାକୁ କୁହାଯାଇଛି।

ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ୨ ନକ୍ସଲ ନିହତ

ଆୟୋଗ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ସେମାନଙ୍କ ପ୍ରାର୍ଥୀ, ବିଶେଷକରି ଷ୍ଟାର ପ୍ରଚାରକଙ୍କ ପରିଚାଳନା ପାଇଁ ପ୍ରାଥମିକ ଦାୟିତ୍ୱ ନେବାକୁ ପଡିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଉଚ୍ଚ ପଦବୀରେ ଥିବା ଲୋକଙ୍କ ପ୍ରଚାର ଭାଷଣର ପରିଣାମ ଅଧିକ ଗମ୍ଭୀର ହୋଇଥାଏ। ଷ୍ଟାର ପ୍ରଚାରକମାନେ ଯେଉଁ ଭାଷଣ ଦେଉଛନ୍ତି, ସେଥିପାଇଁ ସେମାନଙ୍କୁ ଦାୟୀ କରିବାକୁ ପଡ଼ିବ ବୋଲି କୁହାଯାଇଛି। କିନ୍ତୁ ବିବାଦୀୟ ଭାଷଣ ଆସିଲେ ନିର୍ବାଚନ କମିଶନ ସବୁ ପ୍ରସଙ୍ଗରେ ଦଳୀୟ ମୁଖ୍ୟଙ୍କଠାରୁ ଜବାବ ମାଗିବେ।

ବିରଂଚି ହସ୍ପିଟାଲ ମାଲିକାଣୀ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ସମ୍ପତ୍ତି ୨୨୧ କୋଟି

ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ଦଳ ଅଭିଯୋଗ କରିଥିଲା।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories