www.samajalive.in
Monday, December 8, 2025
14.1 C
Bhubaneswar

ପିପିଲି-ଜଟଣୀ ରାସ୍ତା ଖାଲଖମାରେ ଭର୍ତ୍ତି

ପିପିଲି: ପିପିଲି-ଜଟଣୀ ମୁଖ୍ୟରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି। ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବାବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୬ମାସରୁ ଊର୍ଦ୍ଧ୍ବ କାଳ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାବେଳେ ଏହାର ମରାମତି ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ପିପିଲି-ଜଟଣୀ ରାସ୍ତାର ଜୟପୁର ଗ୍ରାମ୍ୟଛକଠାରୁ କାକୁଡିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୫୦ରୁ ଊର୍ଦ୍ଧ୍ବ ଖାଲଖମା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ପିପିଲି କେନାଲ ବନ୍ଧ ନିକଟ ଓ ଅକ୍ଟ୍ରାଇ ଛକ, ହସନପୁର ଛକ, ଭାରତୀପୁର ଛକ, ମାଧିପୁର ଛକ ସମେତ ଏହି ରାସ୍ତାର ବୁଢାପଡ଼ା ଗ୍ରାମ୍ୟଛକ ପର୍ଯ୍ୟନ୍ତ ରାସ୍ତା ଉପରେ ବହୁତଗୁଡିଏ ଛୋଟ ବଡ ଖାଲ ସୃଷ୍ଟି ହୋଇଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହସନପୁର ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତାର ଉଭୟ ପାର୍ଶ୍ବ ଦବିଯିବା ଫଳରେ ଗାଡି ଚାଳନାରେ ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋର୍ଦ୍ଧାଠାରୁ ପିପିଲି ଦେଇ ଅସ୍ତରଙ୍ଗ, କାକଟପୁର, ନିମାପଡ଼ା, କୋଣାର୍କ ଓ ପୁରୀ ଯିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବା ଯୋଗୁଁ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଛି। ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ଯାନବାହାନଗୁଡିକ ଏହି ଖାଲରେ ପଡ଼ି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି। ମୋ ବସ୍‌ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍‌‌ ଓ ଘରୋଇ ଯାତ୍ରୀବାହୀ ବସ୍‌‌ରେ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି। ତେବେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ରାସ୍ତାର ମରାମତି କରାଯାଉଥିଲେ ମଧ୍ୟ କିଛିଦିନ ପରେ ଏହା ପୂର୍ବ ଅବସ୍ଥାକୁ ଫେରି ଆସୁଥିବା ଅଭିଯୋଗ ହୋଇଛି। ଗତ ୪ବର୍ଷ ତଳେ ଏହି ରାସ୍ତା ଉପରେ ନୂତନ ପିଚୁ ପକାଯାଇ ରାସ୍ତାର ଦୋହରିକରଣ କାର୍ଯ୍ୟ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ବହୁ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିଲା। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ୨୦୨୧ ଅକ୍ଟୋବର ମାସରେ ଉକ୍ତ ଖାଲଗୁଡିକୁ ଗୋଡି ଓ ପିଚୁ ଦ୍ୱାରା ମରାମତି କରାଯାଇଥିଲା। ତେବେ ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁ ଉକ୍ତ ସ୍ଥାନମାନଙ୍କରୁ ପୁନର୍ବାର ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଏହା ପରେ ବିଭିନ୍ନ ସମୟରେ ଏହି ରାସ୍ତାର ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ କିଛି ଦିନ ପରେ ତାହା ପୂର୍ବ ଅବସ୍ଥାକୁ ଫେରି ଆସିଥିବା ଅଭିଯୋଗ ହୋଇଛି। ଏହି ରାସ୍ତାର ଆବଶ୍ୟକ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଖୁବଶୀଘ୍ର ଏହି ରାସ୍ତାର ଆବଶ୍ୟକ ମରାମତି କାର୍ଯ୍ୟ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories