www.samajalive.in
Sunday, December 7, 2025
16.1 C
Bhubaneswar

ପାଡୁଆ ଷ୍ଟେସନରେ ମାଲଗାଡ଼ି ଲାଇନଚୁତ୍ୟ

ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗ କରୁଥିବା କେ.କେ ରେଳପଥର ପାଡୁଆ ଷ୍ଟେସନ ନିକଟରେ ଗୁରୁବାର କେଭିଏଲ୍ ୪୦/୬୯ ନମ୍ବର ବିଶିଷ୍ଟ ମାଲଗାଡ଼ି ଲାଇନଚୁତ୍ୟ ହୋଇଛି। ମାଲଗାଡ଼ିର ଦୁଇଗୋଟି ବଗି ଓଲଟି ରେଳ ଧାରଣା ବାହାରେ ପଡ଼ି ରହିଛି। ଫଳତଃ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟ ଓ ବିଶାଖାପାଟଣାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ପାଡୁଆ ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି।

ପ୍ରାରମ୍ଭିକ ସୂଚନା ମୁତାବକ, ମାଲଗାଡିରେ ଆଇରନ ଓର ବୋଝେଇ ହୋଇ ରହିଥିଲା। ମାଲଗାଡିଟି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଦୁଇ ଗୋଟି ବଗି ଓଲଟି ପଡ଼ିଥିଲେ ମଧ୍ୟ କେବଳ ରେଳ ଧାରଣାର ଅଳ୍ପ କ୍ଷତି ହୋଇଛି। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ରେଳ ଧାରଣାରୁ ଓଲଟିଥିବା ବଗିକୁ ହଟାଇ ରେଳ ଚଳାଚଳ ସ୍ବାଭାବିକ କରାଯିବ ବୋଲି ରେଳବାଇ ଗୁଇନ୍ଦା ଅଧିକାରୀ ଡି ବାଗ ସୂଚନା ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories