www.samajalive.in
Sunday, December 14, 2025
15.1 C
Bhubaneswar

ବଜାରକୁ ଆସିଲା ଟୋୟୋଟା ଫର୍ଚ୍ୟୁନର ‘ଲିଡର’

ନୂଆଦିଲ୍ଲୀ : ଏସୟୁଭି ସେଗମେଣ୍ଟର ରାଜା କୁହାଯାଉଥିବା ଟୋୟୋଟା ଫର୍ଚ୍ୟୁନର ବିଲକୁଲ ନୂଆ ଅନ୍ଦାଜରେ ବଜାରକୁ ଆସିଛି । ଟୋୟୋଟା କିର୍ଲୋସ୍କର ମୋଟର ଆଜି ଭାରତୀୟ ବଜାରରେ ନୂଆ ଫର୍ଚ୍ୟୁନର ଲିଡର ଏଡିଶନର ବଜାର ପ୍ରବେଶ କରାଇଛି । ଏଥିରେ କମ୍ପାନୀ ସାମାନ୍ୟ କିଛି ପରିବର୍ତ୍ତନ କରିଛି ଯାହା ରେଗୁଲାର ମଡେଲ ଅପେକ୍ଷା ଅଧିକ ସୁନ୍ଦର ଲାଗୁଛି ।

୨୦୨୫ ସୁଦ୍ଧା ୩୮ ପ୍ରତିଶତ ଶସ୍ତା ହେବ ଇଲେକ୍ଟ୍ରିକ୍ ଗାଡି

- Advertisement -

ତେବେ କମ୍ପାନୀ ଫର୍ଚ୍ୟୁନର ଲିଡରର ଦାମ୍ ଘୋଷଣା କରିନି । କମ୍ପାନୀର କହିବାନୁସାରେ ଡିଲର ସ୍ତରରେ ଏହାର ଘୋଷଣା ହେବ । ଗ୍ରାହକ ଏହି ଏସୟୁଭିକୁ ଡିଲରସିପ ମାଧ୍ୟମରେ ବୁକ୍ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ବୁକିଂ ଆମାଉଣ୍ଟ ୫୦ ହଜାର ଟଙ୍କା ରାଶି ଜମା କରିବାକୁ ହେବ । କହିରଖୁଛୁ ଟୋୟୋଟା ଫର୍ଚ୍ୟୁନର ପ୍ରଥମ ଥର ୨୦୦୯ରେ ବଜାରକୁ ଆସିଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ କମ୍ପାନୀ ଏହାର ୨,୫୧,୦୦୦ରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି ।

ଏଭଳି ଗାଡି ଦେଖିବା ମାତ୍ରେ ଚାଲାଣ କାଟୁଛି ପୁଲିସ, ରୁହନ୍ତୁ ସତର୍କ…

ଲିଡର ଏଡିସନକୁ ସ୍ପୋର୍ଟି ଡିଜାଇନ ଦେବା ସହିତ ଏଥିରେ ୨.୮ ଲିଟରର କ୍ଷମତା ବିଶିଷ୍ଟ ଡିଜେଲ୍ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ୬ ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍ ଟ୍ରାନ୍ସମିଶନ ଗିୟରବକ୍ସ ସହିତ ଯୋଡାଯାଇଛି । ମାନୁଆଲ ମୋଡରେ ଏହି ଇଞ୍ଜିନ ୨୦୪ ପିଏସର ପାଓ୍ବର ଏବଂ ୪୨୦ ଏନଏମର ଟର୍କ ଜେନେରେଟ୍ କରିଥାଏ । ସେହିଭଳି ଅଟୋମେଟିକ୍ ଟ୍ରାନ୍ସମିଶନ ଭେରିଏଣ୍ଟ ୫୦୦ ଏନଏମର ଟର୍କ ଉତ୍ପନ କରିଥାଏ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories