nua o banner

ମଜୁରୀ ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି – ବିଜୁ ଶ୍ରମିକ ସାମୁଖ୍ୟ

BJD Bijuli 480×75 Mob

ସମ୍ବଲପୁର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳିନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂହ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଦୈନିକ ମଜୁରୀ ଓଡ଼ିଶାରେ ୩୪୬ ଟଙ୍କା କୁ ୪୫୦ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ତା, ଘରୋଇ କାର୍ୟ୍ୟ ଏବଂ ସବୁ ସ୍ତରରେ ପ୍ରାୟ ଏକ କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହେବେ। ବିଶେଷ କରି ମ୍ୟୁନିସିପାଲିଟିରେ କାର୍ୟ୍ୟରତ ଶ୍ରମିକ, ବିଦ୍ୟୁତ ବିଭାଗରେ କାର୍ୟ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ୟ୍ୟରତ ଶ୍ରମିକ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ୟ୍ୟରତ ଶ୍ରମିକ ଏହା ଦ୍ବାରା ଉପକୃତ ହେବେ। ଏଥିସ଼ହ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଉପଦେଷ୍ଟା ରାଜୀବ ମହାନ୍ତି, ବିଜୁ ଶ୍ରମିକ ସାମୁଖ୍ୟ ର ସଂଯୋଜକ ଜଗଦୀଶ ବିଶ୍ବାଳ ଉପସ୍ଥିତ ରହିଥିଲେ।

Comments are closed.