www.samajalive.in
Sunday, December 7, 2025
26.1 C
Bhubaneswar

ରାସ୍ତାକାମ ଅଧାରୁ ବନ୍ଦ, ଯାତାୟତ ବାଧାପ୍ରାପ୍ତ

ଆଠଗଡ଼: ଆଠଗଡ଼-ମୁଣ୍ଡଳି ମୁଖ୍ୟରାସ୍ତାର ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ହନୁମାନ ମନ୍ଦିରଠାରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୬୦୦ମିଟର କଂକ୍ରିଟ କରାଯାଉଥିବାବେଳେ ଗୋଟିଏ ପାର୍ଶ୍ବରେ ଅଧପନ୍ତରିଆ କଂକ୍ରିଟ ବିଛାଇବା କାମ କରି ଠିକାଦାର ଛାଡିଦେଇଥିବାରୁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ଅନାବଶ୍ୟକ ଭାବେ ୧୦-୧୨ଇଞ୍ଚ ଅଧିକ ଉଚ୍ଚତାର କଂକ୍ରିଟ ବିଛାଯାଇଛି। ଅନ୍ୟପାର୍ଶ୍ବଟି ଖାଲୁଆ ଓ ସଂକୀର୍ଣ୍ଣ ହୋଇ ରହିଥିବାରୁ ସେ ରାସ୍ତାରେ ଚଳାଚଳ କରୁଥିବା ବହୁ ସଂଖ୍ୟାରେ ଗାଡିମଟର ବିପଦଜନକ ଅବସ୍ଥାରେ ଯାତାୟତ କରିବା ବେଳେ ଅଧିକାଂଶ ସମୟ ଟ୍ରାଫିକ ଜାମ ହୋଇ ଦୀର୍ଘ ସମୟ ଗାଡି ଚଳାଚଳ ବନ୍ଦ ହୋଇଯାଉଛି। ତା ଛଡା ପ୍ରତିମୂହୁର୍ତ୍ତରେ ଦୁର୍ଘଟଣାର ଆଶଙ୍କା ରହୁଥିବାବେଳେ ଗତ ୩ଦିନ ମଧ୍ୟରେ ୪ଟି ଗାଡି ରାସ୍ତା ତଳକୁ ଖସିଯାଇଥିବା ରାଧାଗୋବିନ୍ଦପୁର ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେଠାରେ ରାସ୍ତା ପୂର୍ବରୁ ବହୁ ଉଚ୍ଚା ରହିଥିବାବେଳେ ପୁଣି କଣ ପାଇଁ ଅନାବଶ୍ୟକ ଭାବେ ଆହୁରି ୧୦ଇଞ୍ଚରୁ ଉର୍ଦ୍ଧ ଉଚ୍ଚତା କରାଯାଉଛି ତାହା ବୁଝା ପଡୁନାହିଁ। ମୁଣ୍ଡଳି-ଆଠଗଡ଼ ରାସ୍ତା ଏବେ ପ୍ରଶସ୍ତିକରଣ ଓ ସୁଦୃଢିକରଣ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଆବଶ୍ୟକତା ନଥାଇ ଅଯଥାରେ ଅଧିକ ଉଚ୍ଚତା କରିବା ଦ୍ୱାରା ରାସ୍ତାକଡରେ ଥିବା ଘରଗୁଡିକ ବହୁ ନିଚାରେ ରହୁଥିବାରୁ ବର୍ଷାଜଳ ସମାନଙ୍କ ଘରେ ପସିବା ନିଶ୍ଚିତ ଥିବାରୁ ଚିନ୍ତାରେ ରହିଛନ୍ତି। ସେହିପରି ରାଧାଗୋବିନ୍ଦପୁରର ସେହି ୬୦୦ମିଟର ଦୈର୍ଘ୍ୟ ବିଶିଷ୍ଟ କଂକ୍ରିଟ ରାସ୍ତାଟି ଆକଳନ ଅନୁଯାୟୀ ଅଧିକ ଚଉଡା ହେବାକୁ ଥିବାବେଳେ ତାହା କାହିଁକି କରାଯାଉନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠିକାଦାର ଅଧାରୁ କାହିଁକି କାମ ବନ୍ଦ କରିଛନ୍ତି ସେ ସଂପର୍କରେ ପୂର୍ତ୍ତବିଭାଗ ସହହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦିନେଶ କୁମାର ସାହୁଙ୍କୁ ପଚରାଯାଇଥିଲା। ଠିକାଦାରଙ୍କର ଅଧିକାଂଶ ଶ୍ରମିକ ମୁସଲମାନ ହୋଇଥିବାରୁ ସେମାନେ ଇଦ୍‌‌ ପର୍ବଲାଗି ଛୁଟିରେ ଯାଇଛନ୍ତି ଏବଂ ସେମାନେ ଫେରିବା ପରେ ରବିବାର ବା ସୋମବାର ମଧ୍ୟରେ କାମ ପୁଣି ଆରମ୍ଭ ହେବ ବୋଲି ଇଂ ସାହୁ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories