www.samajalive.in
Sunday, December 7, 2025
26.1 C
Bhubaneswar

ଅଫିସ୍‌‌ କାମ ପାଇଁ ଚାପରେ ରହୁଛନ୍ତି କି? ଲାଭଦାୟକ ହେବ ଏହି ଟିପ୍ସ

ସମାଜ ଡିଜିଟାଲ ଡେସ୍କ: ସମାଜ ଡିଜିଟାଲ ଡେସ୍କ: ଆଜିର ବ୍ୟସ୍ତବହୁଳ ଜୀବନରେ ଅଫିସ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣତଃ। ଅଫିସରେ କାର୍ଯ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍‌‌ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି। ହେଲେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସବୁ ଟିପ୍ସ ଆପଣାନ୍ତୁ ଅଫିସ ଚାପରୁ ମୁକ୍ତି ପାଇବେ।

ସାବଧାନ ! ପେଟ ଯନ୍ତ୍ରଣା, ହଜମ ସମସ୍ୟା: ହୋଇପାରେ ଗ୍ୟାଷ୍ଟ୍ରିକ୍ କର୍କଟ


ସର୍ବ ପ୍ରଥମେ ଅଫିସରେ ନିଜର କାର୍ଯ୍ୟକୁ ପ୍ରାଥମିକତା ଦିଅନ୍ତୁ। ସବୁ କାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ କେଉଁଟା ତାହାକୁ ପ୍ରଥମେ କରିବାକୁ ପ୍ରୟାସ କରନ୍ତୁ। ଏକ ତାଲିକା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଏହା ଆପଣଙ୍କ କାର୍ଯ୍ୟକୁ ସହଜ କରିବ ଏବଂ ଚାପରୁ ମୁକ୍ତି ଦେବ।
ମାନସକି ଚାପ ଫଳରେ ଆମକୁ ଲାଗେ ସମୟ ପର୍ଯ୍ୟାପ୍ତ ଆମ ପାଖରେ ନାହିଁ। ତେଣୁ ସମୟ ପରିଚାଳନା କରିବା ଶିଖନ୍ତୁ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟ କରନ୍ତୁ। କାମ ମଧ୍ୟରେ ଛୋଟ ବିରତି ନେଇ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ।
ଅଫିସ କାମ ସରିବା ପରେ ଏହାକୁ ଅଫିସରେ ଛାଡି ଆସନ୍ତୁ। ଘରକୁ ଯିବା ପରେ ଫୋନ୍‌‌ କିମ୍ବା ଇମେଲ ଦେଖନ୍ତୁ ନାହିଁ। ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦିଅନ୍ତୁ। ଯାହା ଆପଣଙ୍କୁ ଆରାମଦାୟକ ହେବ ତାହା କରିବାକୁ ଚେଷ୍ଟା କରନ୍ତୁ।
ପ୍ରତ୍ୟେକ ପରିସ୍ଥିତିରେ ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ। ନକରାତ୍ମକ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ସମସ୍ତଙ୍କ ଜୀବନରେ ଅସୁବିଧା ରହିଥାଏ, କିନ୍ତୁ ଏକ ସକରାତ୍ମକ ମନୋଭାବ ସହିତ ସେମାନଙ୍କୁ ସାମ୍ନା କରନ୍ତୁ।
ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବାକୁ ସମୟ କାଢନ୍ତୁ। ଏହାଦ୍ୱାରା କେବଳ ଶରୀର ସୁସ୍ଥ ରହିବ ନାହିଁ ବରଂ ଆପଣଙ୍କୁ ମାନସିକ ଚାପକୁ ମଧ୍ୟ ହ୍ରାସ କରିଥାଏ।
ଆପଣ ଯାହା ଖାଉଛନ୍ତି ତାହା ସୁସ୍ଥ ହୋଇଥିବା ଆବଶ୍ୟକ। ବାହାରୁ ଜଙ୍କ ଫୁଡ ଖାଦ୍ୟଠାରୁ ଦୁରେଇ ରୁହନ୍ତୁ ଏବଂ ଏକ ସୁସ୍ଥ ଖାଦ୍ୟ ଖାଆନ୍ତୁ। ଏଥିରେ ଫଳ, ପନିପରିବା ଏବଂ ଡାଲି ଜାତୀୟ ଖାଦ୍ୟକୁ ସାମିଲ କରନ୍ତିୁ। ଏଥିରୁ ଶକ୍ତି ମିଳିବା ସହିତ ମନ ତୀକ୍ଷ୍ଣ ରହିବ।
ଭଲ ଖାଦ୍ୟ ସହିତ ଭଲ ନିଦ୍ରା ହେବା ଅତ୍ୟନ୍ତ ଆବଶ୍ୟକ। ପ୍ରତିଦିନ ଅତି କମରେ ୭ରୁ ୮ଘଣ୍ଟା ଶୋଇବା ଉଚିତ। ନିଦ୍ରାର ଅଭାବ ହେତୁ ଆପଣ କ୍ରୋଧିତ ହୁଅନ୍ତି ଏବଂ କାର୍ଯ୍ୟରେ ସଠିକ୍‌‌ ଭାବେ ଧ୍ୟାନ ଦେବା କଷ୍ଟକର ହୋଇଥାଏ।
ଅଫିସରେ ସହକର୍ମୀମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହିତ ସକରାତ୍ମକ ସମ୍ପର୍କ ଗଢନ୍ତୁ। ଅଫିସ ପରିବେଶରେ କାର୍ଯ୍ୟ କରିବା ଶୈଳୀକୁ ମଜାଳିଆ କରନ୍ତୁ ଏବଂ ଚାପକୁ ମଧ୍ୟ ହ୍ରାସ କରନ୍ତୁ।
ନିରନ୍ତର କାର୍ଯ୍ୟ କରିବାରୁ ବିରତି ନିଅନ୍ତୁ। ଅତ୍ୟଧିକ କାମରୁ ବିରତି ନେଇ ଭଲ ସ୍ଥାନ ବୁଲିବାକୁ ଯାଆନ୍ତୁ। ନଚେତ ଘରେ ରହି ଯେତେ ସମ୍ଭବ ବିଶ୍ରାମ କରିବାକୁ ପ୍ରୟାସ କରନ୍ତୁ। ଏହାପରେ କାମକୁ ଫେରିବା ପାଇଁ ଆପଣଙ୍କ ମାଇଣ୍ଡ ଫ୍ରେସ ଲାଗିବ।
୧୦ ଅଫିସରେ ବେଳେବେଳେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ପଡିଥାଏ। ହେଲେ ଆପଣଙ୍କ ଉପରେ କାମ ଅଧିକ ପଡିଲେ ମନା କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ନିଜର ସିନିୟରଙ୍କୁ କାର୍ଯ୍ୟ ଭାର ସମ୍ପର୍କରେ ଅବଗତ କରାନ୍ତୁ। ଅତ୍ୟଧିକ କାମ କରିବାକୁ ଆପଣ ସକ୍ଷମ ନୁହଁନ୍ତି ବୋଲି ଅବଗତ କରାନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories