www.samajalive.in
Friday, December 5, 2025
26.1 C
Bhubaneswar

ସାବଧାନ ! ପେଟ ଯନ୍ତ୍ରଣା, ହଜମ ସମସ୍ୟା: ହୋଇପାରେ ଗ୍ୟାଷ୍ଟ୍ରିକ୍ କର୍କଟ

ସମାଜ ଡିଜିଟାଲ ଡେସ୍କ: କର୍କଟ ରୋଗ ମହାମାରୀ ଭଳି ବ୍ୟାପିବା ଆରମ୍ଭ କରିଛି। ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଆଜିକାଲି ପେଟ ରୋଗ ସମସ୍ୟା ଯୋଗୁ ଅଧିକାଂଶ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି। ପେଟ ରୋଗ ଜନିତ ସମସ୍ୟା ଥିଲେ ଆପଣ ଗ୍ୟାଷ୍ଟ୍ରିକ୍ କର୍କଟ ରୋଗର ଶିକାର ହୋଇପାରନ୍ତି। ଏହାକୁ ଶୀଘ୍ର ଚିହ୍ନଟ କରି ସଠିକ୍ ଚିକିତ୍ସା କରିବା ଜରୁରୀ।

ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର


ପେଟରେ ହେଉଥିବା କର୍କଟ ବା ଗ୍ୟାଷ୍ଟ୍ରିକ୍ କ୍ୟାନସର କ୍ଷେତ୍ରରେ ଭାରତ ହେଉଛି ପଞ୍ଚମ ଦେଶ। ଭାରତରେ ପ୍ରତିବର୍ଷ ପ୍ରାୟ ୬୦,୦୦୦ ନୂତନ ମାମଲା ଚିହ୍ନଟ ହେଉଛି ଏବଂ ପ୍ରତିବର୍ଷ ୫୦,୦୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ମାୟୋକ୍ଲିନିକ ତଥ୍ୟ ଅନୁଯାୟୀ ଗ୍ୟାଷ୍ଟ୍ରିକ୍ କର୍କଟ ଯୋଗୁ ପେଟରେ କର୍କଟ କୋଷ ଗଠନ ହେବା ଆରମ୍ଭ ହୁଏ। ସେଠାରୁ ପୁରା ଶରୀରରେ ବ୍ୟାପିଥାଏ। ଏହି ଅଂଶ ପେଟର ଉପର ମଧ୍ୟ ଭାଗରେ ଏବଂ ପେଟ ତଳେ ରହିଥାଏ। ଯେଉଁଠାରେ ସାଧାରଣତଃ ଖାଦ୍ୟ ହଜମ ହୋଇଥାଏ।
ଖାଦ୍ୟ ଖାଇବା ପରେ ସଠିକ୍ ଭାବେ ହଜମ ନହେବା, ଅତ୍ୟଧିକ ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ଏବଂ ପେଟର ଉପରି ଅଂଶରେ ପ୍ରବଳ ଯନ୍ତ୍ରଣା ହେବା ଦ୍ୱାରା ପେଟରେ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ। ଯଦି ପେଟରେ କର୍କଟ ହୁଏ ଏହା ପ୍ରଥମେ ପେଟ ଭିତରେ ବ୍ୟାପିବା ଆରମ୍ଭ କରେ। ତେବେ ଯଦି ଆପଣ ସଠିକ୍ ସମୟରେ ଚିକିତ୍ସା କରିବେ ଏହାକୁ ରୋକାଯାଇପାରିବ। କିନ୍ତୁ ଥରେ ଏହା ପଟେର ବାହ୍ୟ ଅଂଶରେ ବ୍ୟାପିଲେ ଏହାକୁ ରୋକିବା କଷ୍ଟକର ହୋଇଯାଏ।

ରାତ୍ରୀ ଭୋଜନ ପରେ ୧୫ ମିନିଟ୍‌‌ କରନ୍ତୁ ଏହି କାମ: ମାରାତ୍ମକ ରୋଗଠାରୁ ରହିବେ ଦୂରେଇ

- Advertisement -


ଏହାର ଲକ୍ଷଣ ହେଲା ଖାଦ୍ୟ ଗିଳିବାରେ ଅସୁବିଧା ହେବା, ପେଟରେ ଅତ୍ୟଧିକ ଯନ୍ତ୍ରଣା ହେବା, ହଜମ ସଠିକ୍ ଭାବେ ନହେବା, ଯେତେବେଳେ ବି ଖାଦ୍ୟ ଖାଇବେ ପେଟ ଫୁଲିବା ଭଳି ସମସ୍ୟା, କମ୍ ମାତ୍ରାରେ ଖାଦ୍ୟ ଖାଇଲେ ବି ପେଟ ଫୁଲ ହୋଇଯିବା, ଭୋକ ନଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହାସହିତ ହୃଦଘାତ, ବାନ୍ତି ହେବା ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳେ। ଏସବୁ ଲକ୍ଷଣ ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରିବା ଉଚିତ। ପେଟରେ କର୍କଟ ହେଲେ ଶୀଘ୍ର ଓଜନ ହ୍ରାସ ହୋଇଥାଏ। ସର୍ବଦା କ୍ଲାନ୍ତ ଏବଂ ସବୁବେଳେ ଅସୁସ୍ଥ ଅନୁଭବ ହୋଇଥାଏ। ଯଦି ଆପଣ ପେଟରେ ଯନ୍ତ୍ରଣା ଏବଂ ହଜମ ସମସ୍ୟା ଲଗାତାର ଅନୁଭବ କରୁଛନ୍ତି ତେବେ ଠିକ୍ ସମୟରେ ପରୀକ୍ଷା କରାଇବା ଜରୁରୀ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories