www.samajalive.in
Saturday, December 6, 2025
19.1 C
Bhubaneswar

ଅଙ୍ଗଦାନ କରି ଅମର ହେଲେ ସଂଯୁକ୍ତା

କଟକ :ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାଡାଭରିକ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍‌ନୀ ପ୍ରତିରୋପଣ ହୋଇଛି। ଏଥି ସହିତ କଟକ ବଡ଼ ମେଡ଼ିକାଲରେ କାଡାଭରିକ କିଡ୍‌ନୀ ପ୍ରତିରୋପଣ ସଂଖ୍ୟା ୧୫ରେ ପହଞ୍ଚିଛି। ଏସ୍‌ସିବି ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ଡା. ସମୀର ସ୍ବାଇଁଙ୍କ ନେତୃତ୍ବରେ ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡା.ଅରୁଣା ଆଚାର୍ଯ୍ୟ, ଡା. ସଞ୍ଜୟ ଚୌଧୁରୀ, ଡା. ପ୍ରୀତମ ପଟ୍ଟନାୟକ, ଡା. ରାକେଶ ରାଉତରାୟ, ଡା.ଉଦୟ ବେହେରା ପ୍ରତିରୋପଣରେ ସାମିଲ ଥିଲେ। ସଂଯୁକ୍ତା ପାତ୍ର ଙ୍କ ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କ ଶରୀରରୁ ଦୁଇଟି ବୃକ୍‌କ ଓ ଯକୃତକୁ ପ୍ରତିରୋପଣ ପାଇଁ କଢା ଯାଇଥିଲା। ୨ଟି ବୃକକରୁ ଗୋଟିଏ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଆଉ ଗୋଟିଏ ଏସ୍‌ସିବି ମେଡ଼ିକାଲରେ ପ୍ରତିରୋପଣ କରାଯାଇଛି। ସଂଯୁକ୍ତାଙ୍କ ଯକୃତକୁ ହାଇଦ୍ରାବାଦ ପଠାଯାଇଥିବା ସୂଚନା ମିଳିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories