www.samajalive.in
Wednesday, December 10, 2025
15.1 C
Bhubaneswar

ଲାଲୁ ପ୍ରସାଦଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ : ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟି) ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଅଦାଲତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଗୁରୁବାର ପତିଆଲା ହାଉସ କୋର୍ଟ ଲାଲୁଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଲାଲୁ ଏବେ ଜେଲ୍ ଦଣ୍ଡାଦେଶ ଭୋଗୁଛନ୍ତି। ଜାମିନ ଶୁଣାଣି ସମୟରେ ଲାଲୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇଥିଲେ। ଏହି ମାମଲାରେ ଜଡିତ ଲାଲୁଙ୍କ ପତ୍ନୀ ରାବଡି ଦେବୀ, ପୁଅ ତେଜସ୍ବୀ ଯାଦବ ଅନ୍ୟମାନେ ଅଦାଲତରେ ହାଜର ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଏପ୍ରିଲ ୧୬ରେ ଅଭିଯୋଗଫର୍ଦ ଦାଖଲ କରିଥିଲା। ଅଭିଯୋଗଫର୍ଦରେ ସିବିଆଇ ଦର୍ଶାଇଛି ଯେ ଦୁର୍ନୀତିରେ ଲାଲୁ, ରାବଡି, ତେଜସ୍ବୀ ଓ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ନେଇ ଅନେକ ପ୍ରମାଣ ରହିଛି। ଏହି ମାମଲାରେ ଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତା, ତାଙ୍କ ପତ୍ନୀ ସରଳା ଗୁପ୍ତା, ଆଇଆରସିଟିସିର ପୂର୍ବତନ ପରିଚାଳନା ନିର୍ଦେଶକ ପିକେ ଗୋଏଲ, ପୂର୍ବତନ ନିର୍ଦେଶକ ରାକେଶ ଆସ୍ଥାନା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories