www.samajalive.in
Monday, December 15, 2025
15.1 C
Bhubaneswar

କେମିତି କଟିବ ଆଜି ଆପଣଙ୍କ ଦିନ: ଗୁରୁବାର ରାଶିଫଳ

ମେଷ: ନିଜ ବଳାର୍ଜିତ ଧନରେ ଧନୀ ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ପାଳନ ସୁଖଦାୟକ ହେବ। ଗୋମାତାଙ୍କ କଲ୍ୟାଣ ଲାଭ କରିପାରନ୍ତି। ଅନ୍ନପାନାଦିରେ ଆତ୍ମତୃପ୍ତି ଲାଭ କରିବେ। ସୁଖ, ଶାନ୍ତି ଲାଭ କରିବେ।
ବୃଷ: ସରକାରଙ୍କ ଜଣେ ଦୃଢ଼ ସମର୍ଥକ ହୋଇ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରରେ ନିଜକୁ ନିୟୋଜିତ କରିବେ। କାବ୍ୟ, କବିତା ରଚନାରେ ଧୂରୀଣ ହୋଇ ସମ୍ମାନିତ ହେବେ। ବ୍ରାହ୍ମଣାନୁରକ୍ତ ହେବେ।
ମିଥୁନ: ନିଜ ସହଧର୍ମିଣୀଙ୍କଠାରୁ ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି। ସୁନା, ରୁପା କାରବାର କରି ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି କରିପାରନ୍ତି। ସାଧୁସେବାର ବରଦାନ ସ୍ବରୂପ ଅମାପ ଧନ ପ୍ରାପ୍ତ କରିପାରନ୍ତି।
କର୍କଟ: ମେଧାବୀ ଓ ଜ୍ଞାନଗରିମାଯୁକ୍ତ ହେବେ। ପ୍ରତ୍ୟେକ କ୍ଷେତ୍ରରେ କ୍ଷିପ୍ରଗତି ସମ୍ପନ୍ନ ହୋଇପାରନ୍ତି। ଜଣେ ସୁକର୍ମା ଭାବେ ଲୋକମାନଙ୍କ ଆଦରଣୀୟ ହେବେ। ଗୁପ୍ତ ଧନ ଓ ଗୁପ୍ତ ବିଦ୍ୟା ପ୍ରାପ୍ତ କରିପାରନ୍ତି।
ସିଂହ: ମହାବ୍ୟୟର ସମ୍ମୁଖୀନ ହେବାର ଏକ ଦୁଃସମୟ ପ୍ରାୟ ଉପଗତ। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଚୋରଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସରକାରଙ୍କ ଶୁଭ ଦୃଷ୍ଟି ପାଇଁ ଉଦ୍ୟମ ଜାରି ରଖନ୍ତୁ।
କନ୍ୟା: ବହୁ ଉପାୟ ଅବଲମ୍ବନ କରି ଧନ ପ୍ରାପ୍ତ ହୋଇପାରନ୍ତି। ବିନୟ ସ୍ବଭାବ ସମ୍ପନ୍ନ ହେବେ। ଶାସ୍ତ୍ରାଦି ଆଲୋଚନା ଧନଲାଭର ଅନ୍ୟ ଏକ କାରଣ ହେବ। ସାଧୁ ନୀତିକୁ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ।
ତୁଳା: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବାକୁ ମନ ସ୍ଥିର କରିପାରନ୍ତି। ବାଣିଜ୍ୟ କାରବାରରେ ଲିପ୍ତ ହେଲେ ଲକ୍ଷ୍ମୀ ବରଦାୟିକା ହେବେ। ଜଣେ ଧର୍ମାତ୍ମା ବ୍ୟକ୍ତିଭାବେ ସୁଜନ ସଙ୍ଗ ଲାଭ କରିପାରନ୍ତି।
ବିଛା: ଉଦ୍ଦେଶ୍ୟପୂର୍ଣ୍ଣ କାମ କଲେ ସଫଳତାର ନିକଟବର୍ତ୍ତୀ ହେବେ। ଭାଗ୍ୟ ପରୀକ୍ଷା କରିବା ପାଇଁ ସମୟ ଓ ନିଜ ଚିନ୍ତାଧାରାର ସୁ-ଉପଯୋଗ କରିବା ଉଚିତ। ଧନରେ ନୁହେଁ ଭଲ କାମରେ ହିଁ ଶ୍ରେଷ୍ଠତ୍ବ ନିହିତ ଅଛି।
ଧନୁ: ନୈତିକ ମୂଲ୍ୟବୋଧର ଅଧପତନ ଘଟିବାକୁ ଯାଉଥିବାବେଳେ ତାକୁ ଉଧରି ଧରିବା ଆପଣଙ୍କର କର୍ତ୍ତବ୍ୟ। କୃପା ନିଧାନଙ୍କ କୃପାପାତ୍ର ହେବେ। ଧୈର୍ଯ୍ୟ ଓ ସାହସର ସହ ବିପଦର ସମ୍ମୁଖୀନ ହେବେ।
ମକର: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଦମ୍ଭୋକ୍ତି ପ୍ରକାଶ କରିବାରେ ପଶ୍ଚାତ୍‌ପଦ ହେବେ ନାହିଁ। ପତ୍ନୀଙ୍କ ଗୃହସ୍ଥ ଧର୍ମ ସର୍ବୋତ୍କୃଷ୍ଟ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ସୁଖୀ ଜୀବନ ବିତାଇବେ।
କୁମ୍ଭ:ଧନ ହେତୁ ଶତ୍ରୁତା ଉଦୟ ହୋଇପାରେ। ଜଳାଶୟାଦି କାର୍ଯ୍ୟ ଶତ୍ରୁତାର ମୂଳ କାରଣ ହୋଇପାରେ। ଭୂମି ଲାଭରେ ମଧ୍ୟ ଶତ୍ରୁତା ଉପୁଜିବାର ସମ୍ଭାବନା ଅଛି। ଆପଣଙ୍କ ସତ୍ୟନିଷ୍ଠା ଶତ୍ରୁତାର ଅବସାନ ଘଟାଇପାରେ।
ମୀନ: ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କିଛି ନୂଆ ଅନୁଭବ କରିବେ। ପଇସା ଯେମତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories