www.samajalive.in
Saturday, December 6, 2025
16.1 C
Bhubaneswar

ପାଖଉଛି ନିର୍ବାଚନ – ବୟାନରେ ପରସ୍ପରକୁ ଆକ୍ରମଣ

ସମ୍ବଲପୁର: ଚଳିତ ବର୍ଷର ସାଧାରଣ ଓ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଗୁଡିକ ଆରମ୍ଭ ହୋଇ ସାରିଥିବା ବେଳେ ପଶ୍ଚିମ ଓଡିଶାର ପ୍ରମୁଖ ଆସନ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ଇତି ମଧ୍ୟରେ ବିଜେପି ଓ ବିଜେଡି ଦଳ ସେମାନଙ୍କର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରି ସାରିଛନ୍ତି । ତେବେ ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର‌୍ୟ୍ୟଙ୍କୁ ଛିଡା କରାଯାଇଥିବା ବେଳେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢ଼ାଖୋଲ ବିଧାନସଭା ଆସନରୁ ଲଢ଼ିବା ପାଇଁ ନାମ ଘୋଷଣା କରାଯାଇଥିବା ବେଳେ ଇଂ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନ ପାଇଁ ଛିଡା କରାଯାଇଛି । ଏହି ଘୋଷଣା ସହିତ ଧିରେ ଧିରେ ନିର୍ବାଚନୀ ମାହୋଲ ଗରମ ହେଉଥିବା ବେଳେ ଆଜିଠାରୁ ତାହା ଗତି ଧରିଛି । ରେଢ଼ାଖୋଲ ପରିବର୍ତ୍ତେ ସମ୍ବଲପୁର ବିଧାନସଭା ଆସନରୁ ଇଂ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୈନିକ । ମୋତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋର ଜୀବନରେ ବହୁତ କିଛି ଦେଇଛନ୍ତି ।

ଯେତେବେଳେ ମୋତେ ଯେଉଁ କାର୍ଯ୍ୟ ଦେଇଛନ୍ତି, ତାହା ମୁଁ କରି ଆସିଛି । ବିଗତ ଦିନରେ ମୋତେ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲେ, ମୋତେ ୨ ଥର ବିଧାନସଭା ଆସନରୁ ଲଢ଼ିବା ପାଇଁ ମୌକା ଦେବା ସହିତ ଏଥର ମଧ୍ୟ ଟିକଟ ଦେଇଥିଲେ । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ମୋତେ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିବାକୁ ନିର୍ଦ୍ଦେଶ ଦେଇଥିବାରୁ ମୁଁ ଏଠାରୁ ଲଢ଼ିବି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ମାନକୁ ବଞ୍ଚାଇ ଅଧିକରୁ ଅଧିକ ଭୋଟରେ ବିଜୟୀ ହେବା ସହିତ ଲୋକସଭା ପ୍ରାର୍ଥୀଙ୍କୁ ମଧ୍ୟ ବିଜୟୀ କରାଇବୁ । ମୁଁ ୨ଥର ରେଢ଼ାଖୋଲର ବିଧାୟକ ଥିବାରୁ ରେଢ଼ଖୋଲ ସହିତ ସମ୍ବଲପୁରର ସେବା କରିବି । ସମ୍ବଲପୁର ଜିଲା ମୋର ଜନ୍ମମାଟି ହୋଇଥିବାରୁ ପୁରା ଜିଲାର ସେବା ମଧ୍ୟ କରିବି । ମୋତେ ଯେତେଥର ଦଳ ଦାୟିତ୍ୱ ଦେଇଛି, ମୁଁ ସବୁ ସମୟରେ ସମର୍ପିତ ହୋଇ କାର୍ଯ୍ୟ କରି ଆସିଛି ଓ କରିବି । ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିଲେ ଅପେକ୍ଷାକୃତ ମୋତେ ସହଜ ହୋଇଥାନ୍ତା, କାରଣ ମୁଁ ସେଠାରେ ବିଗତ ୧୫ ବର୍ଷ ଧରି କାର୍ଯ୍ୟ କରି ଆସୁଛି । କିନ୍ତୁ ମୁଁ ସମ୍ବଲପୁର ଜିଲାରେ ଦଳର ସଭାପତି ହେବା ସହିତ ଏହା ମୋ ପାଇଁ ନୂଆ ନୁହେଁ ।

- Advertisement -

ମୋର ବିଶ୍ୱାସ ରହିଛି ଯେ, ଆଗାମୀ ନିର୍ବାଚନରେ ଲୋକେ ମୋର ଆସ୍ଥା ପ୍ରାକଟ କରି ଆର୍ଶିବାଦ ଦେବେ ବୋଲି ମୋର ଆଶା ରହିଛି । ଦୀର୍ଘ ୨୦ ବର୍ଷ ଧରି ବିଜେପିର ବିଧାୟକ ସମ୍ବଲପୁରରେ ରହିଥିଲେ ସୁଦ୍ଧା କୌଣସି ବିକାଶ କାର୍ଯ୍ୟ ହୋଇ ନାହିଁ । ବିଗତ ୫ ବର୍ଷ ହେବ ବିଜେପିର ସାଂସଦ ଓ ବିଧାୟକ ରହିଥିବା ବେଳେ ସେମାନେ କୌଣସି ପଡା କିମ୍ବା ଗ୍ରାମ ଆଦିକୁ ଯାଇ ନାହାନ୍ତି
ଏବଂ ଜନତାଙ୍କୁ କାମ ମଧ୍ୟ କରି ନାହାନ୍ତି । ଦୁର୍ଭାଗ୍ୟର ବିଷୟ ଯେ, ବିଜେପି ଦଳ ପୁର୍ନବାର ତାଙ୍କୁ ଟିକେଟ ଦେଇଥିବା ବେଳେ ଅନ୍ୟ କାହାକୁ ଦେଇଥିଲେ ଭଲ ହୋଇ ଥାନ୍ତା । ସେ ତ ଠିକ କରି କୌଣସି ସ୍ଥାନକୁ ଯାଇ ପାରୁ ନାହାନ୍ତି, ଠିକରେ ଜନତାଙ୍କ ସହିତ ରହି ପାରୁ ନ ଥିବାରୁ ଆଗାମୀ ୫ ବର୍ଷ କିଭଳି ରହି ପାରିବେ ତାହା ପ୍ରଶ୍ନର ବିଷୟ ଅଟେ । ଦଳରେ ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ, ମୋତେ ଯେଉଁଠି ବ୍ୟବହାର କରିବେ ମୁଁ ସେଠାରେ ସୈନିକ ଭାବରେ ଲଢ଼ିବି ବୋଲି ଇଂ ପୂଜାରୀ ସମ୍ବଲପୁରରୁ ଦଳୀୟ ଟିକଟ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ।.

ସେହିଭଳି ବିଜେଡି ଦଳ ପକ୍ଷରୁ ଟିକଟ ବଦଳ କରାଯାଇ ଇଂ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଯେ ପ୍ରାର୍ଥୀ ହେଲେ ଜଣେ କେହି ପ୍ରାର୍ଥୀ ହେବେ । ସେଥି ପାଇଁ ମୁଁ ବିଚଳିତ ନୁହେଁ କି ଚିନ୍ତିତ ନୁହେଁ । ମୁଁ ମୋର ସଙ୍ଗଠନ ଓ ସମର୍ଥକଙ୍କ ଉପରେ ବିଶ୍ୱାସ କରେ । ମୁଁ ସରଳ ବ୍ୟକ୍ତି ଅଟେ, ସରଳ ରୂପେ ଜୀବନଯାପନ ସହିତ ନିର୍ବାଚନ ଲଢ଼ିଥାଏ । ମୋର ଦେହ ଅସୁସ୍ଥ ସମୟ ଛାଡି ଦେଲେ, ମୁଁ ୩୬୫ ଦିନ ଲୋକଙ୍କ ସହିତ ରହିଥାଏ । ଲୋକ ଶକ୍ତି ମୋର ଶକ୍ତି, ଯିଏ ଭି ପ୍ରାର୍ଥୀ ହୁଅନ୍ତୁ ମୋର କିଛି ଆପତ୍ତି ନାହିଁ । ରୋହିତ ତାଙ୍କ ଉପରେ ଦେଇଥିବା ବୟାନ ଉପରେ ଶ୍ରୀ ମିଶ୍ର କହିଛନ୍ତି ଯେ, ସେ ମୋ ପାଇଁ ଦେଇଥିବା ଉପଦେଶ ପାଇଁ ସ୍ୱାଗତ ଓ ଧନ୍ୟବାଦ । ସେ ଜଣେ ଜ୍ଞାନୀ ଓ ଗୁଣି ବ୍ୟକ୍ତି ଅଟନ୍ତି । ମୁଁ କାହାରିକୁ ବ୍ୟକ୍ତିଗତ ଆକ୍ଷେପ କରେ ନାହିଁ । ମୁଁ ମୋର ଦଳର ଆଦେଶ ପାଳନ କରୁଛି । ମୋତେ କଣ ରୋଗ ଅଛି ଯେ ମୁଁ ଜାଣି ନାହିଁ ।

ସେ ଇଞ୍ଜିନିୟର ବୋଲି ମୁଁ ଶୁଣିଥିଲି, ଯଦି ସେ ଡାକ୍ତର ମଧ୍ୟ ଅଟନ୍ତି, ତାହା ହେଲେ ସେ ମୋତେ ଟେଷ୍ଟ କରି କୁହନ୍ତୁ ଯେ, ମୋର କଣ ରୋଗ ରହିଛି । ମୋର ରୋଗ ବହୁ ଦିନ ହେବ ତା ରାସ୍ତା ଯାଇ ସାରିଲାଣି । ବେକାର କଥା ଗୁଡିକ ଆଣୁଛନ୍ତି । ନିଜେ କେମିତି ଜିଣିବେ, ତାହା ଚିନ୍ତା କରନ୍ତୁ । ବିକାଶ ସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି ଯେ, ସହରର ଚାରି ପଟରେ ଫ୍ଲାଇ ଓଭର, ଲୋକଙ୍କୁ
ଜଳ ଯୋଗାଣ ଆଦି କାର୍ଯ୍ୟ କେମିତି ହୋଇଛି । ଯଦି ସେ ଆକ୍ଷେପ କରୁଛନ୍ତି, ତାହା ହେଲେ ସେ ଜାଣିବା କଥା ଯେ ରାଜ୍ୟରେ ବିକାଶ ଦାୟିତ୍ୱ ରାଜ୍ୟ ସରକାରଙ୍କ ଅଟେ । ମୁଁ ବିରୋଧି ଦଳର ନେତା ହୋଇଥିବାରୁ ବାରମ୍ବାର ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିଛି । ତାଙ୍କ ମଧ୍ୟରେ ଦ୍ୱନ୍ଦ ରହିଛି । ରୋହିତ ନିଜେ ଜଣେ ଜିଲା ବାହାରର ବ୍ୟକ୍ତି । ସେ ନିଜେ ରାଉରକେଲାର ବ୍ୟକ୍ତି ଅଟନ୍ତି ।

ସେ ନିଜେ ବାହାରିଆ ଏବଂ ପାଠ ମଧ୍ୟ ପଢ଼ିଛନ୍ତି । ସେ ସମ୍ବଲପୁରକୁ କେବେ ଆସିଲେ । ସେ ନିଜେ ବାହାରିଆ, ଆଉ କାହାକୁ ସେ ବାହାରିଆ କହୁଛନ୍ତି । ବିଜେଡି ଦଳ ସବୁ ଆମଦାନୀ ନେତା ଆଣି ନିର୍ବାଚନରେ ଲଢ଼ାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଉଭୟ ବିଜେପି ଓ ବିଜେଡି ଦଳର ନେତା ମାନଙ୍କ ବୟାନବାଜି ଜୋରସୋରରେ ଆରମ୍ଭ ହୋଇ ସାରିଥିବାରୁ ଆଗାମୀ ଦିନରେ
ନିର୍ବାଚନୀ ମାହୋଲ ଜୋର ଧରିବ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଥିବା ବେଳେ କିନ୍ତୁ ଭୋଟର ସବୁ ବିଷୟକୁ ଚୁପଚାପ ଦେଖୁଛନ୍ତି ଏବଂ ଆଗାମୀ ମେ ୨୫ ତାରିଖରେ ସେମାନଙ୍କର ମତ ସାବ୍ୟସ୍ତ କରି ନିଜର ଜନପ୍ରତିନିଧି ଚୟନ କରିବେ ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories