www.samajalive.in
Monday, December 15, 2025
16.1 C
Bhubaneswar

ରଣେନ୍ଦ୍ର ଓ ଅଭୟଙ୍କ ସହ ଲଢିବେ କଂଗ୍ରେସରୁ ମେହବୁବ

ଆଠଗଡ- ଆଠଗଡ ନିର୍ବାଚନ ମଣ୍ଡଳିରେ ବହୁ ପୂର୍ବରୁ ବିଜେଡି ଓ ବିଜେପି ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏବେ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେଡିରୁ ୭ଥର ଏଠାରେ ବିଜୟୀ ହୋଇ ଅପରାଜେୟ ନେତା ଭାବେ ପରିଚିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରାର୍ଥୀ ହୋଇଥିବାବେଳେ ୬ମାସ ପୂର୍ବରୁ ଭାରତୀୟ ଜନତା ପାର୍ଟୀରେ ଯୋଗଦାନ କରିଥିବା ଯୁବନେତା ଅଭୟ କୁମାର ବାରିକଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଛି । କଂଗ୍ରେସ ଆଠଗଡ ନିର୍ବାଚନ ମଣ୍ଡଳି ପାଇଁ ଦଳର ପୁରୁଖା ନେତା ଯଥା ତିଗିରିଆ ଅଞ୍ଚଳର ଲୋକପ୍ରିୟ ନେତା ଭାବେ ପରିଚିତ ମେହବୁବ୍‍ ଅହମ୍ମଦ ଖାଁଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ମେହବୁବ୍‍ ଦୀର୍ଘବର୍ଷ ଧରି କଂଗ୍ରେସ ଦଳର ନେତା ଭାବେ ତିଗିରିଆ ଅଞ୍ଚଳରେ ନିଜର ଏକ ଦୃଢ ସଂଗଠନ ସୃଷ୍ଟି କରିପାରିଛନ୍ତି । ସ୍ରୋତ ବିରୁଦ୍ଧରେ ଅର୍ଥାତ୍‍ ଶାସକ ବିଜେଡି ଦଳ ବିରୁଦ୍ଧରେ ଲଢେଇ କରି ସେ ଥରେ ସ୍ୱାଧୀନ ଭାବେ ଜିଲ୍ଲା ପରିଷଦ ସଭ୍ୟ, ଜେମାଦେଇପୁର ପଞ୍ଚାୟତରେ ୩ଥର ସରପଞ୍ଚ, ଥରେ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିବାବେଳେ ତାଙ୍କ ପତ୍ନୀ ୨ଥର ସରପଞ୍ଚ ଏବଂ ମାଆ ଥରେ ସମିତିସଭ୍ୟ ଭାବେ ସେହି ପଞ୍ଚାୟତରୁ ବିଜେଡି ସମର୍ôଥତ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥଲେ ।

ତିଗିରିଆ ଅଞ୍ଚଳରେ ମେହବୁବଙ୍କର ଥିବା ଦୃଢ ସଂଗଠନ ଏବଂ ଆଠଗଡ କଂଗ୍ରେସ ଦଳ ମଧ୍ୟରେ ତାଙ୍କର ଲୋକପ୍ରିୟତା ଆଧାରରେ ସେ କଡା ଟକ୍କର ଦେବେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ଏବଂ ବିଜେପି ପ୍ରାର୍ଥୀ ଅଭୟଙ୍କୁ କଡା ମୁକାବିଲା କରିବେ ବୋଲି ଆଠଗଡ କଂଗ୍ରେସ ଆଶା ରଖିଛି । ଗତ ନିର୍ବାଚନରେ ଆଠଗଡରେ କଂଗ୍ରେସ ପାର୍ଥୀ ଭାବେ ଏଠାରେ ଉମାବଲ୍ଲଭ ରଥ ପ୍ରତିଦ୍ୱନ୍ଦିତା କରି ୧୦୯୪୫ ଖଣ୍ଡ ଭୋଟ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଅଭୟ ବାରିିକ ୧୦୩୦୧ ଖଣ୍ଡ ଭୋଟ ପାଇଥିଲେ । ତେବେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୯୮୧୧୪ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ ୪୦ହଜାର ୧୧୯ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିବା ସହ ୫୭୯୯୫ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଆସନ୍ତା ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର, ବିଜେପି ପ୍ରାର୍ଥୀ ଅଭୟ ଓ କଂଗ୍ରେସ ପ୍ରାର୍ଥୀ ମେହବୁବଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନିଶ୍ଚିତ ହୋଇଯାଇଛି । ୮୯-ଆଠଗଡ ନିର୍ବାଚନ ମଣ୍ଡଳୀର ତିଗିରିଆରେ ୧୪ଟି ପଞ୍ଚାୟତ, ଆଠଗଡ ଏନଏସିର ୧୮ଟି ୱାର୍ଡ, ଆଠଗଡ ବ୍ଲକର ୩୪ଟି ପଞ୍ଚାୟତ ଓ ଟାଙ୍ଗି ବ୍ଲକର ୬ଟି ପଞ୍ଚାୟତ ସାମିଲ ଥିବାବେଳେ ଏଠାରେ ମହିଳା ୧୦୩୭୨୦ଜଣ, ପୁରୁଷ ୧୦୯୧୮୬ଜଣ ଓ ୧୦ଜଣ ଅନ୍ୟ ଭୋଟରଙ୍କୁ ମିଶାଇ ମୋଟ ୨୧୨୯୧୬ଜଣ ଭୋଟର ଆଗାମୀ ମେ ୨୫ତାରିଖରେ ୬ଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ମତଦାନ କରି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories