www.samajalive.in
Sunday, December 14, 2025
15.1 C
Bhubaneswar

୧୮ରୁ ୨୦ ସତର୍କ ଘଣ୍ଟି, ଗ୍ରୀଷ୍ମ ଲହରୀ ଛୁଇଁବ ୪୫ ଡ଼ିଗ୍ରୀ ତାପମାତ୍ରା

ଡେସ୍କ: ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ସକ୍ରିୟ ଗ୍ରୀଷ୍ମ ଲହରୀ ଶିଖର ଛୁଇଁବା ସହ କିଛି ଅଂଚଳରେ ୪୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ବିଭାଗ କହିଛି, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଜଳୁଛି ଓଡିଶା – ବାରିପଦାରେ ଆଜି ଚଳିତ ଗ୍ରୀଷ୍ମ ଋତୁର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ

- Advertisement -

ତେବେ ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୮ଟି ସହରରେ ୪୧ଡ଼ିଗ୍ରୀରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ବିଜେପି ସାଂସଦଙ୍କ ଅଜବ ଯୁକ୍ତି, ବେରୋଜଗାରୀ ପାଇଁ ଯୋଗୀ-ମୋଦି ଗୋଟିଏ ବି ସନ୍ତାନ ଜନ୍ମ କରିନାହାନ୍ତି

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବାରିପଦାରେ ଦିନ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ ନୂଆପଡାରେ ୪୨.୪, ପାରଳାଖେମୁଣ୍ଡିରେ ୪୨.୪, ତାଳଚେରରେ ୪୨, ବୌଦ୍ଧ ରେ ୪୨, ଭୁବନେଶ୍ୱରରେ ୪୧.୯, ମାଲକାନଗିରିରେ ୪୧.୯, ନୟାଗଡରେ ୪୧.୭, ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୧.୬, ଖୋର୍ଦ୍ଧାରେ ୪୧.୫, ଟିଟଲାଗଡ଼ରେ ୪୧.୫, ଜଗତସିଂହପୁରରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱରରେ ୪୧.୧, କେନ୍ଦ୍ରାପଡାରେ ୪୧, ଢେଙ୍କାନାଳରେ ୪୧, ଭଦ୍ରକରେ ୪୧, ବଲାଙ୍ଗୀରରେ ୪୦.୮ ଓ କଟକରେ ୪୦.୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

ବିଜେପି ସାଂସଦ ରବି କିଶନ ମୋ ଝିଅର ବାପ – ମହିଳାଙ୍କ ଅଭିଯୋଗ

ସେହିପରି ଭବାନୀପାଟଣାରେ ୪୦.୮, ସମ୍ବଲପୁରରେ ୪୦.୬, ହୀରାକୁଦରେ ୪୦.୪, ଛତ୍ରପୁରରେ ୪୦.୪, ରାଉରକେଲାରେ ୪୦.୩, କେନ୍ଦୁଝରରେ ୪୦, ସୁନ୍ଦରଗଡ଼ରେ ୪୦, ସୋନପୁରରେ ୪୦, ନବରଙ୍ଗପୁରରେ ୪୦, ଫୁଲବାଣୀରେ ୩୯.୮, ରାୟଗଡ଼ାରେ ୩୯.୬, ବରଗଡ଼ରେ ୩୯, ଦେବଗଡ଼ରେ ୩୮, ଦାରିଙ୍ଗିବାଡ଼ିରେ ୩୭, କୋରାପୁଟରେ ୩୬.୮, ଗୋପାଳପୁରରେ ୩୫.୬, ପୁରୀରେ ୩୪.୮ ଓ ପାରାଦୀପରେ ୩୪.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories