ଡେସ୍କ: ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଆଜି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୮ଟି ସହରରେ ୪୧ଡ଼ିଗ୍ରୀରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ବାରିପଦାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡ଼ିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।
ବିଜେପି ସାଂସଦଙ୍କ ଅଜବ ଯୁକ୍ତି, ବେରୋଜଗାରୀ ପାଇଁ ଯୋଗୀ-ମୋଦି ଗୋଟିଏ ବି ସନ୍ତାନ ଜନ୍ମ କରିନାହାନ୍ତି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବାରିପଦାରେ ଦିନ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ ନୂଆପଡାରେ ୪୨.୪, ପାରଳାଖେମୁଣ୍ଡିରେ ୪୨.୪, ତାଳଚେରରେ ୪୨, ବୌଦ୍ଧରେ ୪୨, ଭୁବନେଶ୍ୱରରେ ୪୧.୯, ମାଲକାନଗିରିରେ ୪୧.୯, ନୟାଗଡରେ ୪୧.୭, ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୧.୬, ଖୋର୍ଦ୍ଧାରେ ୪୧.୫, ଟିଟଲାଗଡ଼ରେ ୪୧.୫, ଜଗତସିଂହପୁରରେ ୪୧.୫, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱରରେ ୪୧.୧, କେନ୍ଦ୍ରାପଡାରେ ୪୧, ଢେଙ୍କାନାଳରେ ୪୧, ଭଦ୍ରକରେ ୪୧, ବଲାଙ୍ଗୀରରେ ୪୦.୮ ଓ କଟକରେ ୪୦.୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।
ସେହିପରି ଭବାନୀପାଟଣାରେ ୪୦.୮, ସମ୍ବଲପୁରରେ ୪୦.୬, ହୀରାକୁଦରେ ୪୦.୪, ଛତ୍ରପୁରରେ ୪୦.୪, ରାଉରକେଲାରେ ୪୦.୩, କେନ୍ଦୁଝରରେ ୪୦, ସୁନ୍ଦରଗଡ଼ରେ ୪୦, ସୋନପୁରରେ ୪୦, ନବରଙ୍ଗପୁରରେ ୪୦, ଫୁଲବାଣୀରେ ୩୯.୮, ରାୟଗଡ଼ାରେ ୩୯.୬, ବରଗଡ଼ରେ ୩୯, ଦେବଗଡ଼ରେ ୩୮, ଦାରିଙ୍ଗିବାଡ଼ିରେ ୩୭, କୋରାପୁଟରେ ୩୬.୮, ଗୋପାଳପୁରରେ ୩୫.୬, ପୁରୀରେ ୩୪.୮ ଓ ପାରାଦୀପରେ ୩୪.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।



